ଜେ.ଏସ୍. ମ୍ୟୁଜିକ୍ ଦ୍ଵାରା ମୁକ୍ତିଲାଭ କଲା ସମଲପୁରୀ ଦେଶାତ୍ମବୋଧକ ଗୀତ ‘ଫେର୍ ଘାଏ ହେଉ ଜନମ’

ବଲାଙ୍ଗୀର, (କେପିଏନ୍‌ଏସ୍‌) : ଜେ.ଏସ୍ ମ୍ୟୁଜିକ୍ ଦ୍ଵାରା ଏକ ସୁନ୍ଦର ସମଲପୁରୀ ଦେଶାତ୍ମବୋଧକ ଗୀତ ‘ଫେର୍ ଘାଏ ହେଉ ଜନମ’ ଜାନୁଆରୀ ୨୬ ରେ ଇତି ମଧ୍ୟରେ ଜନକ ସେଠ୍ ଅଫିସିଆଲ୍ ୟୁଟ୍ୟୁବ ଚେନାଲରେ ମୁକ୍ତିଲାଭ ହୋଇଯାଇଛି । ଏହି ଗୀତଟି ଖଣତାର ବୀର ଶହୀଦ ରଞ୍ଜନ ଦାସକୁ ସମର୍ପିତ କରାଯାଇଛି । ଏହି ଗୀତ କୁ ଲେଖିଛନ୍ତି ଗୀତିକାର ତଥା ଶିକ୍ଷକ ପ୍ରଶିକ୍ଷକ ଜନକ ସେଠ୍ ଏବଂ ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି କମଲେଶ୍ ଚକ୍ରବର୍ତ୍ତୀ । ଗୀତ କୁ ଗାଇଛନ୍ତି ସମ୍ବଲପୁରୀ ସୁର ସମ୍ରାଟ ଶାନ୍ତନୁ ସାହୁ ଏବଂ ସମ୍ବଲପୁରୀ ଫୋଲ୍କ ସମ୍ରାଟ ରମାକାନ୍ତ ହରିପାଲ । ଏହି ଗୀତ ର ପ୍ରଯୋଜକ ହେଉଛନ୍ତି ରାଜେଶ ତ୍ରିପାଠୀ ।

Leave A Reply

Your email address will not be published.