jayashree

ନଦୀ ଓ ପରିବେଶର ସୁରକ୍ଷା ନିମନ୍ତେ ମାଆମାନେ ଆଗଭର ହେବା ଆବଶ୍ୟକ : ମେଧା ପାଟେକର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ପୋଟ୍ଟଲାମପୁରଠାରେ ଅନୁଷ୍ଠିତ ଋଷିକୂଲ୍ୟା ନଦୀ ସୁରକ୍ଷା ସମାବେଶରେ ବରିଷ୍ଠ ପରିବେଶ ବିତ ମେଧା ପାଟେକର ଯୋଗଦେଇ କହିଛନ୍ତି ଯେ’ ନଦୀ ହେଉଛି ମାଆ ତେଣୁ ନଦୀ ଓ ପରିବେଶର ସୁରକ୍ଷା ନିମନ୍ତେ ମାଆମାନଙ୍କ ଆଗଭର ହେବାକୁ ସେ ଆନ କରି ନଦୀ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଉପରେ ମେଧା ପାଟେକର ଆଲୋକପାତ କରିଥିଲେ । ଦେଶରେ ନଦୀ ଗୁଡିକରୁ ବେନିୟମ ଭାବେ ବ୍ୟାପକ ବାଲି ଚୋରା ଚାଲାଣ, ଅହରହ ବାଲି ଉତ୍ତୋଳନ ଯୋଗୁଁ ନଦୀ ଶୁଷ୍କ ହୋଇଯାଉଛି । ନଦୀ ଆମ ର ମାଆ, ନଦୀକୁ ସୁରକ୍ଷା ଦେବା ସହ ପରିବେଶର ସୁରକ୍ଷା ପାଇଁ ମାଆ ମାନେ ଆଗେଇ ଆସି ଆନ୍ଦୋଳନ କରିବା ପାଇଁ ସହଯୋଗ ଓ ପରାମର୍ଶ ଦେଇଥିଲେ । ଗଞ୍ଜାମ ଜିଲ୍ଲାରରେ ଋଷିକୂଲ୍ୟା ନଦୀର ସୋରଡ଼ା ନିକଟ ପିପଲପଡ଼ାଠାରେ ଆନିକଟ କରିବା ପାଇଁ ସରକାର ଯୋଜନା କରିଛନ୍ତି । ଏହା ଦ୍ୱାରା ଭବିଷ୍ୟତରେ ଋଷିକୂଲ୍ୟା ନଦୀରେ ଜଳ ସଙ୍କଟ ଦେଖାଦେବାର ଆଶଙ୍କା ଏନେଇ ଋଷିକୂଲ୍ୟା ନଦୀ ସୁରକ୍ଷା ଆନ୍ଦୋଳନ କରାଯାଇ ସୋରଡ଼ାଠାରୁ ଋଷିକୂଲ୍ୟା ମୁହାଣ ପର୍ଯ୍ୟନ୍ତ ପଦଯାତ୍ରା କରି ଲୋକଙ୍କୁ ଏନେଇ ସଚେତନ କରାଇଥିଲେ । ଏହି ସମାବେଶରେ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାୟ, ଚାଷୀ ନେତା ଭାଲ ଚନ୍ଦ୍ର ଷଡ଼ଙ୍ଗୀ, ଲିଙ୍ଗରାଜ ବାବୁ, ବରିଷ୍ଠ ସାମ୍ୱାଦିକ ରବିରଥ, ସମାଜସେବୀ ତଥା ଶିକ୍ଷକ ମହାସଂଘ ନେତା ଶ୍ୟାମ ସୁନ୍ଦର ଷଡ଼ଙ୍ଗୀ, ସାହିତ୍ୟିକା ବିଧୁପ୍ରଭାରଥ, ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ, କୃଷକ ନେତା ସିମାଞ୍ଚଳ ନାହାକ, ବିଜୟ ସ୍ୱାଇଁ, ସରପଞ୍ଚ ନିରଞ୍ଜନ ପ୍ରଧାନ, ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ, ମିନି ମହାପାତ୍ର, ସୁଧୀର ରାଉତ, ସମେତ ବହୁ ସାମାଜିକ କର୍ମୀ ଓ ବହୁ ମହିଳା ନେତ୍ରୀ , ମହିଳା, ସମାଜସେବୀ ଉପସ୍ଥିତ ରହି ସ୍ୱର ଉଠାଇଛନ୍ତି । ଏକ ବଡ଼ ଧରଣର ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବା ନେଇ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.