
ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ପାଠାଗାରର ସଭାପତି ଡ. ଶକ୍ତି ପ୍ରସାଦ ସାମନ୍ତରାୟଙ୍କ ଅଧ୍ୟକ୍ଷତା ଓ ଉପସଭାପତି ବିଭୁଦତ୍ତ ବେହେରାଙ୍କ ସଂଯୋଜନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ସ୍ୱାଗତ ଭାଷଣ ଦେବା ପରେ ସାଧାରଣ ସମ୍ପାଦକ ଅଜୟ କୁମାର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ । କୋଷାଧକ୍ଷ ପ୍ରକାଶ ଚନ୍ଦ୍ର ପାଢ଼ୀ ଆୟ ବ୍ୟୟର ହିସାବ ବୈଠକରେ ପାଠ କରିଥିଲେ । ପରେ ପରେ ପାଠାଗାରର ଉର୍ନତି କଳ୍ପେ ଉପସ୍ଥିତ ସଭ୍ୟମାନେ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ଶେଷରେ ଆସନ୍ତା ଦୁଇ (୨୦୨୫ – ୨୦୨୭) ବର୍ଷ ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା । ପାଠାଗାରର ପ୍ରତିଷ୍ଠାତା ସଭ୍ୟ ଶ୍ରୀଯୁକ୍ତ ବିଜୟ କୁମାର ବରାଳ ପର୍ୟ୍ୟବେକ୍ଷକ ଭାବରେ ରହି ଚୟନ ପ୍ରକ୍ରିୟାକୁ ସୁଚାରୁରୂପେ ପରିଚାଳନା କରିଥିଲେ । ସର୍ବସମ୍ମତି କ୍ରମେ ନିମ୍ନଲିଖିତ ସଭ୍ୟମାନଙ୍କୁ ବିଭିନ୍ନ ପଦପଦବୀରେ ରହିବା ପାଇଁ ଘୋଷଣା କରିବା ସଙ୍ଗେ ସଙ୍ଗେ ପର୍ଯ୍ୟବେକ୍ଷକ ନବନିର୍ବାଚିତ ସମସ୍ତ ସଭ୍ୟଙ୍କୁ ଏକା ସଙ୍ଗେ ଶପଥ ପାଠ କରାଇଥିଲେ । ନୂତନ କର୍ମକର୍ତ୍ତମାନେ ହେଲେ :- ପ୍ରସନ୍ନ କୁମାର ସାବତ – ସଭାପତି, ସୁବାସ ଚନ୍ଦ୍ର ମହାପାତ୍ର – କାର୍ଯ୍ୟକାରୀ ସଭାପତି, ଅଜୟ କୁମାର ପ୍ରଧାନ – ଉପସଭାପତି, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ – ସାଧାରଣ ସମ୍ପାଦକ, ପ୍ରକାଶ ଚନ୍ଦ୍ର ପାଢ଼ୀ – ସହ ସମ୍ପାଦକ,ସଞ୍ଜୟ କୁମାର ମିଶ୍ର – କୋଷାଧକ୍ଷ, ବିଭୁଦତ୍ତ ବେହେରା -ସମ୍ପାଦକ (ଗ୍ରନ୍ଥାଗାର), ଶ୍ରୀକାନ୍ତ ପାଣିଗ୍ରାହୀ -ସହ ସମ୍ପାଦକ (ଗ୍ରନ୍ଥାଗାର), ଅରବିନ୍ଦ ପାତ୍ର -ସମ୍ପାଦକ (କ୍ରୀଡା), କବିତା ଦାଶ -ସାଂସ୍କୃତିକ ସମ୍ପାଦିକା । କାର୍ଯ୍ୟକାରୀ ସଭ୍ୟ ଶରତ ଚନ୍ଦ୍ର ରାଉତ, ବସନ୍ତ କୁମାର ମହାରଣା, ସୁଭାଷିନୀ ସାହୁ, ସରୋଜ କୁମାର ପାତ୍ର, କିଶୋରୀ ମୋହନ କର, ନାରାୟଣ ଖଣ୍ଡେଲୱାଲ, ବିକାଶ ବାନେର୍ଜୀ, ସଂଗ୍ରାମପ୍ରିୟ ତନ୍ତୀ । ଉପଦେଷ୍ଟା ଡ. ଶକ୍ତି ପ୍ରସାଦ ସାମାନ୍ତରାୟ, ଶରତ କୁମାର ସ୍ୱାଇଁ, ବିଜୟ କୁମାର ବରାଳ, କୁଳମଣି ଦାସ, ହରିହର ଶତପଥୀ, ଗଦାଧର ରଥ, ଡ.ସନାତନ ପ୍ରଧାନ, ଚିତ୍ତରଞ୍ଜନ ଦାଶ । ଶେଷରେ ପ୍ରସନ୍ନ କୁମାର ସାବତ ଧନ୍ୟବାଦ ଅର୍ପଣ କରିଥିଲେ ।