
ବରଗଡ଼, ( ନିରୋଜ କୁମାର ପାଣୀ) : ବାଲେଶ୍ୱରଠାରେ ଅପରାହ୍ନ ସମ୍ବାଦପତ୍ରର ୨ ଦିନ ଧରି ଚାଲିଥିବା ରାଜ୍ୟ ସ୍ତରୀୟ ସାରସ୍ୱତ ମହୋତ୍ସବ ଇଂ ରବୀନ୍ଦ୍ର କୁମାର ଜେନାଙ୍କ ଦ୍ୱାରା ଉତଘାଟୀତ ହୋଇ ସମ୍ବାଦପତ୍ରର ସମ୍ପାଦକ ବଂଶୀଧର ଜେନା ଓ ପ୍ରକାଶିକା ଲକ୍ଷ୍ମୀ ପ୍ରିୟା ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଅତିଥି ଭାବେ ଗୋବିନ୍ଦ ଚନ୍ଦ୍ର ଦାସ, ଅଶ୍ୱିନୀ କୁମାର ପାତ୍ର, ଡ଼. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ବିପ୍ଳବ କୁମାର ମହାନ୍ତି ଯୋଗଦେଇଥିଲେ । ଉତଯାପାନୀ ଉତ୍ସବକୁ ଶୁଭାରମ୍ଭ କରିଥିଲେ ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ କବି ଡ. ଅରୁଣ ସାହୁ । ଅନ୍ୟ ଅତିଥି ଭାବେ ମାନସ କୁମାର ଦତ୍ତ, ସୁବାଶିନୀ ଜେନା, ଡ଼. ସନ୍ତୋଷ ତ୍ରିପାଠୀ କିଶୋର ଦ୍ୱିବେଦୀ ପ୍ରମୁଖ ଯୋଗଦାନ କରିଥିଲେ । ଉତ୍ସବରେ ୨୨୫ ଜଣ କବି କବିତା ପାଠ କରିଥିଲେ । ଏହା ବ୍ୟତୀତ ସମୁଦାୟ ୨୮ ଟି ପୁସ୍ତକ ଉନ୍ମୋଚନ ମଧ୍ୟରେ ବରଗଡ଼ର ପ୍ରଦୀପ ପଣ୍ଡାଙ୍କ ‘ଅନ୍ତଃସ୍ୱର’ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଉକ୍ତ ସମାରୋହରେ ବରଗଡ଼ର ସୁବର୍ଣ୍ଣ ଦୀପ ପତ୍ରିକାର ସମ୍ପାଦକ ପ୍ରଦୀପ୍ତ ଭାନୁ ମହାନ୍ତି, ଭଗବାନ ମିଶ୍ର ସ୍ମୃତି ସମିତିର କୋଷାଧ୍ୟକ୍ଷ ନବକୃଷ୍ଣ ମିଶ୍ର ଓ ପ୍ରଦୀପ ପଣ୍ଡାଙ୍କୁ ‘ସୃଜନ ଶ୍ରୀ’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଏଥିଯୋଗୁଁ ସୁବର୍ଣ୍ଣଦୀପ ପରିବାର ଓ ଭଗବାନ ମିଶ୍ର ସ୍ମୃତି ସମିତି ସଦସ୍ୟମାନେ ଅଭିନନ୍ଦନ ଜଣାଇଛନ୍ତି ଓ ସାହିତ୍ୟିକ ମହଲରେ ଆନନ୍ଦ ପ୍ରକାଶ ପାଇଛି ।