csstore

ସ୍ୱପ୍ନେଶ୍ୱର ବାବାଙ୍କର ପତର ପେଣ୍ଡି ଉତ୍ସବ ସମ୍ପର୍ଣ୍ଣ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ଦେବାଦୀ ଦେବ ମହାଦେବ ଏବଂ ଜଗତ ଜନନୀ ମାତା ପାର୍ବତୀ ଙ୍କର ପବିତ୍ର ବିବାହ ଉତ୍ସବ ହେଉଛି ଶୀତଳ ଷଷ୍ଠି ଉତ୍ସବ । ସ୍ୱୟଂ ପ୍ରକୃତି ସଦୃଷା ମା ଜଗତ ଜନନୀ ଓ ପରିବେଶର ସ୍ୱରୂପ ବାବା ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବଙ୍କ ମିଳନର ଏହି ପବିତ୍ର ଉତ୍ସବକୁ ବହୁ ଆଡମ୍ବର ଏବଂ ଭକ୍ତି ଭାବରେ ପାଳନ କରିଥାନ୍ତି ଲୋକେ । ସେହି ପରିପେକ୍ଷୀରେ ପଦ୍ମପୁର ସାର୍ବଜନୀନ ଶୀତଳ ଷଷ୍ଠି କମିଟି ତରଫରୁ ମଧ୍ୟ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବ ବାବାଙ୍କର ପବିତ୍ର ଶୀତଳ ଷଷ୍ଠି ଉତ୍ସବ ଆୟୋଜିତ ହୋଇଥିବା ବେଳେ ବାବା ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମାହାଦେବ ଙ୍କର ପତର ପେଣ୍ଡି ଉତ୍ସବ ସମ୍ପର୍ଣ ହୋଇଥିଲା । ପଦ୍ମପୁର କଣ୍ଟା ବନ୍ଧ ସ୍ଥିତ ସ୍ୱପନେଶ୍ୱର ବାବାଙ୍କର ମନ୍ଦିରରୁ ଘଣ୍ଟସଙ୍ଖ ଡମ୍ବରୁ ନାଦ ସହ ସପ୍ତରୁଷି ଓ ବରାପିତା କନ୍ୟା ଅନ୍ୱେଷଣରେ ବାହାରି ଥିଲେ । ସମ୍ପୂର୍ଣ ନଗର ବୁଲିବା ପରେ ମାତା ଶକ୍ତି ସ୍ୱରୂପୀଣି ପାର୍ବତୀଙ୍କ ପଦ୍ମପୁର ଶ୍ରୀରାମ ନଗର ସ୍ଥିତ ପିତା ମାତାଙ୍କ ଘରେ ପହଂଚିବା ସହ ବାବା ଭୋଳାନାଥଙ୍କ ଗୁଣ ଗାରିମା ବର୍ଣନା କରି ବୈଦିକ ରିତି ନିତି ଅନୁସାରେ ସମ୍ପର୍ଣ୍ଣ ହୋଇଥିଲା ପତ୍ର ପେଣ୍ଡି ଉତ୍ସବ । ଆଜି ବାବାଙ୍କ ବରପକ୍ଷରୁ ମା ଜାଗତ ଜନନୀ ପାର୍ବତୀଙ୍କର ଅଳଙ୍କାର ଧାରଣ ନୀତି ସମ୍ପୂର୍ଣ୍ଣ ପାଇଁ ସ୍ଥିର କରାଯାଇଥିବା ବେଳେ ସନ୍ଧ୍ୟାରେ ସୁପ୍ରଶିଦ୍ଧ ପାରାୟଣ ଗାୟିକା ସୁଶ୍ରୀ ପ୍ରାପ୍ତି ଆଚାର୍ଯ୍ୟ ଓ ସାଥି ବିଜ୍ଞସୀ ବାରିକଙ୍କ ଦ୍ୱାରା ପାରାୟଣ କାର୍ଯ୍ୟକ୍ରମ ଆୟୋଜତ ହେବ । ସେହିପରି ଆସନ୍ତା ଶନିବାର ଦିନ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ମନ୍ଦିର ରୁ ବୈଦିକ ମନ୍ତ୍ରଚାରଣ ଏବଂ ପରମ୍ପରିକ ବାଦ୍ୟ ନୃତ୍ୟ ଗୀତ ସହ ବାବାଙ୍କର ଭବ୍ୟ ବରଯାତ୍ରୀରେ ଯାଇ କନ୍ୟା ମାତା ପିତାଙ୍କ ଘରେ ଭବ୍ୟ ବିବାହ ଉତ୍ସବ ଆୟୋଜନ କରାଯିବାର କମିଟି ତରଫରୁ ସୂଚନା ଦିଆଯାଇଛି । ଏହା ସହ ରବିବାର ଦିନ ସନ୍ଧ୍ୟା ସମୟରେ ମା ଜଗତ ଜନନୀ ପାର୍ବତୀ ଏବଂ ଦେବାଦୀ ଦେବ ସ୍ଵପ୍ନେଶ୍ଵର ମହାଦେବ ବାବାଙ୍କର ଯୁଗଳ ପ୍ରତିମା ମହାଆଡମ୍ବର ଭବ୍ୟ ମନୋରମ ଶୋଭାଯାତ୍ରାରେ ନଗର ପରିକ୍ରମା କରି ପୁନଃ ମନ୍ଦିରକୁ ଯାତ୍ରା କରିବେ ।

jayashree
Leave A Reply

Your email address will not be published.