csstore

୧୨୦ ବୋତଲ କଫ ସିରପ ଜବତ : ଜଣେ ଗିରଫ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଅଧିନସ୍ଥ ବଙ୍ଗୋମୁଣ୍ଡା ଅବକାରୀ ଥାନା ପକ୍ଷରୁ ଚଢ଼ଉ କରି ଖପାଦର ବଙ୍ଗୋମୁଣ୍ଡା ରାସ୍ତାରେ ବାଇକ ଯୋଗେ କଫ ସିରପ ଚାଲାଣ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବଙ୍ଗୋମୁଣ୍ଡାର ସୀତାରାମ ସାହୁ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିବା ସହ ୧୨୦ ବୋତଲ କଫ ସିରପ ଓ ବାଇକକୁ ଜବତ କରିଥିବା ଥାନା ଅଧିକାରୀ ସୁମିତ ସାହୁ ସୂଚନା ଦେଇଛନ୍ତି । ତେବେ ଦିନକୁ ଦିନ ଏହି ଅଞ୍ଚଳ ରେ ନିଶାଦ୍ରବ୍ୟ ଚାଲାଣ କରିବାରେ ସକ୍ରିୟ ଅଛନ୍ତି କିଛି ଯୁବକ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

jayashree
Leave A Reply

Your email address will not be published.