jittmm
sonalika

ବରଗଡ ଜିଲ୍ଲା ଭୂତପୂର୍ବ ସୈନିକ ସଂଘର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

  • କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ବରଗଡ ଜିଲ୍ଲା ଭୂତପୂର୍ବ ସୈନିକ ସଂଘର ବାର୍ଷିକ ସାଧାରଣ ସଭା ବରାହଗୁଡା ସ୍ଥିତ ଲାଫ୍ଳୋରା ଇକୋରିଟ୍ରିଟରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସଂଘର ବିଗତ ବର୍ଷର କାର୍ଯ୍ୟକଳାପ ଉପରେ ଚର୍ଚ୍ଚା କରାଯାଇଥିଲା ତଥା ସଂଘର ବାର୍ଷିକ ଆର୍ଥିକ ବିବରଣୀ ପାଠ କରାଯାଇଥିଲା । ପ୍ରଥମ ଥର ଭୋଟ ଦ୍ୱାରା ପୁରୁଷ ଏବଂ ମହିଳା ଗ୍ରୁପର କାର୍ଯ୍ୟକାରିଣୀ ପଦବୀ ଚୟନ କରାଗଲା । ପୁରୁଷ ଗ୍ରୁପର ସଭାପତି ଭାବେ ବିଦ୍ୟୁତ ଦାଶ, ଉପ-ସଭାପତି ମାନସ ଚାନ୍ଦ, ସଂପାଦକ ସୂର୍ଯ୍ୟ ପ୍ରସାଦ ଦାଶ, ସହ ସଂପାଦକ ସୁବ୍ରତ ଷଡଙ୍ଗୀ , କୋଷାଧ୍ୟକ୍ଷ ବିଭୂତି ଭୂଷଣ ଖାଡଙ୍ଗା, ସହ କୋଷାଧ୍ୟକ୍ଷ ଓମ ପ୍ରକାଶ ଦାଶ ତଥା ମହିଳା ଗ୍ରୁପର ସଭାପତି ଭାବେ ପ୍ରଭାସିନୀ ଦାଶ, ଉପ ସଭାପତି ସୁଜାତା ପ୍ରଧାନ, ସଂପାଦକ ଅନୁପମା ମିଶ୍ର, ସହ ସଂପାଦକ ସୁନୀତା ଦାଶ ଏବଂ ରୀନା ଭୋଇ , କୋଷାଧ୍ୟକ୍ଷା ପଙ୍କଜିନୀ ସାହୁ ନିର୍ବାଚିତ ହେଲେ । ଆଗାମୀ ଦିନରେ ସଂଘର ସଂକଳ୍ପ ଗୁଡିକୁ ଆଗକୁ ବଢାଇବାକୁ ଗୁରୁତ୍ୱ ଦେବା ସହ ମାନସ ଚାନ୍ଦଙ୍କ ଧନ୍ୟବାଦ ସହ ସଭା ସମାପନ ହୋଇଥିଲା ।

Leave A Reply

Your email address will not be published.