jittmm
sonalika

ଭିଜିଲାନ୍ସ ପନ୍‌ଝାରେ ଜଳଛାୟା ପ୍ରକଳ୍ପର ୪ ଅଧିକାରୀ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଭିଜିଲାନ୍ସ ପନ୍‌ଝାରେ ଜଳଛାୟା ପ୍ରକଳ୍ପର ୪ ଅଧିକାରୀ । ହଡ଼ପ୍‌ କରିଥିଲେ ଲକ୍ଷ ଲକ୍ଷ ଟଙ୍କା । ଏବେ ଭିଜିଲାନ୍‌ନ୍ସର ହରଡ଼ଘଣାରେ । କୋରାପୁଟ ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକ ଆର.କେ.ପାଣ୍ଡା ଜୟପୁରରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଏସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି । ୱାଟରସେଡ଼୍‌ ରାୟଗଡ଼ାର ୪ ଜଣ ଅଭିଯୁକ୍ତ ଅଧିକାରୀ ଏମ୍‌ଜିଏନ୍‌ଆର୍‌ଇଜିଏ ଅଧୀନରେ ୨୩ ଗୋଟି ପୋଖରୀ ଖନନ ନକରି ୨୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ହଡ଼ପ କରିଛନ୍ତି । ସୂଚନା ଅନୁଯାୟୀ ରାୟଗଡ଼ା, କାଶୀପୁର ସମେତ ଏକାଧିକ ସ୍ଥାନରେ ଭିଜିଲାନସ୍ ପକ୍ଷରୁ ଚଡାଉ ଜାରି ରହିଛି । ଲୋକଙ୍କ ହାତକୁ କାମ ଯୋଗାଇବା ଉଦ୍ଦେଶ୍ୟରେ ପୋଖରୀ ଖନନ କରିବା ସହ ପୋଖରୀରେ ଜଳ ସଂରକ୍ଷଣ ରଖିବା ଓ ସଂରକ୍ଷିତ ସେହି ଜଳକୁ ଚାଷ ପାଇଁ ବ୍ୟବହର କରିବା ଉଦ୍ଦେଶ୍ୟରେ ମୋ’ ପୋଖରୀ ଯୋଜନା କରିଛନ୍ତି ସରକାର । ତେବେ ପୋଖରୀ ଖୋଳିବା ନାମରେ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । କାଶୀପୁର ବ୍ଲକ୍‌ରେ ୨୩ ଗୋଟି ପୋଖରୀ ଖୋଳିବା ନାମରେ ୨୦ଲକ୍ଷ ଟଙ୍କା ହଡ଼ପ କରିଥିବା ତଥ୍ୟ ପ୍ରମାଣ ମିଳିବା ପରେ ଅର୍ଥ ହଡ଼ପ ଅଭିଯୋଗରେ ରାୟଗଡ଼ା ଜିଲ୍ଲା ଜଳଛାୟା ମିଶନ ଓ ମୃତ୍ତିକା ବିଭାଗର ୪ ଜଣ କର୍ମଚାରୀ ଓ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନସ୍ । ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଜିଲ୍ଲା ଜଳଛାୟା ପ୍ରକଳ୍ପର ଏପିଡି ରାଜେନ୍ଦ୍ର ନାଥ ନାୟକଙ୍କ ସହ ମୃତ୍ତିକା ସଂରକ୍ଷଣ ପର୍ଯ୍ୟବେକ୍ଷକ ଜିତେନ୍ଦ୍ର ଖୋସଲା, ଦୀପକ କୁମାର ସାହୁ ଏବଂ ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମୀ କୁମାର ନାୟକଙ୍କୁ ଭିଜିଲାନସ୍ ଗିରଫ କରିଛି । ଘଟଣାରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି ଓ କେତେ ପରିମାଣର ଟଙ୍କା ହଡ଼ପ କରିଛନ୍ତି, ଏହାର ଅଧିକ ଯାଞ୍ଚ କରୁଛି ଭିଜିଲାନସ୍ । ଗିରଫ ସଂଖ୍ୟା ବଢିଵାର ସମ୍ଭାବନା ରହିଛି ବୋଲି ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି। ରାୟଗଡ଼ାରୁ ଅକ୍ଷୟ କୁମାର ପିଡ଼ିସିକାଙ୍କ ରିପୋର୍ଟ କୋଶଳ ପ୍ରବାହ।

Leave A Reply

Your email address will not be published.