oom

ବଲାଙ୍ଗିର ଜିଲ୍ଲାରେ ଫୁଟବଲ ପ୍ରଶିକ୍ଷଣ ଶିବିର ଓ ଚୟନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ତରଫରୁ ଆନ୍ତ ଜିଲ୍ଲା ସିଏମ୍‌ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ବଲାଙ୍ଗିର ଜିଲ୍ଲା ପାଇଁ ଫୁଟବଲ ପ୍ରଶିକ୍ଷଣ ଶିବର ଓ ଚୟନ ୧୯ ତାରିଖ ଠାରୁ ଆରମ୍ଭ ହୋଇଛି । ପୂର୍ବରୁ ଚୟନ ହୋଇଥିବା ୪୦ ଜଣ ଖେଳାଳି ଗାନ୍ଧୀ ଷ୍ଟଡିୟମ ବଲାଙ୍ଗିରଠାରେ ପ୍ରଶିକ୍ଷଣ ନେଉଛନ୍ତି । ପ୍ରଶିକ୍ଷଣ ଶିବିରକୁ ରାଜ୍ୟ ଫୁଟବଲ ସଂଘ ଓଡିଶା ତଥା ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । କ୍ରୀଡା ସଂସଦର କୋଷାଧ୍ୟକ୍ଷ ହେମନ୍ତ ବେହେରା, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ, କ୍ରୀଡାଧିକାରୀ ପରାଶର ବାଗ, କାଉନସିଲ ସଭ୍ୟ ପ୍ରଭାତ କୁମାର ମିଶ୍ର ସହଯୋଗ କରୁଥିବା ବେଳେ ଚୟନ କର୍ତ୍ତା ଭାବେ ଡା. ସିଦ୍ଦେଶ୍ୱର ମିଶ୍ର, ଶ୍ରୀକାନ୍ତ ରାଉତ, ପ୍ରଦୀପ କୁମାର ମହାରଣା, ସୁଧାଂଶୁ ସେଠ ଦାୟିତ୍ୱ ତୁଳାଉଥିବା ବେଳେ ଜିତୁ ଦଲାଇ ଓ ନରସିଂସ୍ୱାମୀ ନାଇଡୁ ପ୍ରଶିକ୍ଷଣ ଦେଉଛନ୍ତି । ଆସନ୍ତା ୨୮ ତାରିଖରେ ସମ୍ବଲପୁର ଜୋନଠାରେ ବଲାଙ୍ଗିର ଜିଲ୍ଲା ଦଳ ଝାରସୁଗୁଡା ଦଳ ସହ ପ୍ରଥମ ଖେଳ ହେବ ବୋଲି କ୍ରୀଡା ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.