centurian jitm

ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ମୁଖଶାଳା ପାଲଟିଛି ନର୍ଦ୍ଦମା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ଏକ ମାତ୍ର ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ସମ୍ମୁଖରେ ଖରା ଦିନେ ଆଣ୍ଠୁଏ ନର୍ଦ୍ଦମା ପାଣି ଜମି ରହୁଛି । ବର୍ତ୍ତମାନ ବିଦ୍ୟାଳୟ ଛୁଟି ଥିବାରୁ କୌଣସି ଅସୁବିଧା ହେଉନାହିଁ । କିନ୍ତୁ ବିଦ୍ୟାଳୟ କମ୍ପ୍ଲେସରେ ଦେଇଥିବା ଦୋକାନୀ ମାନେ ଦୁଗନ୍ଧରେ ରହି ପାରୁନାହାନ୍ତି । ଏ ବିଷୟରେ ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ତାଙ୍କୁ ଅଭିଯୋଗ କଲେ ସେ କହୁଛନ୍ତି ମୁଁ ପୁର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଅଭିଯୋଗ ଦୀର୍ଘ ଦିନ ହେଲା କରି ଆସୁଛି । କିନ୍ତୁ କେହି ଶୁଣୁ ନାହାନ୍ତି । ଏ ନେଇ ପାଇକମାଲ ସରପଞ୍ଚ ଚୁଲବତି ତାଣ୍ତିଙ୍କୁ ଅଭିଯୋଗ କଲା ପରେ ସେ ୪ଟ୍ରିପ ମୁରୁମ ପକାଇ ଚୁପ ବସିଯାଇଛନ୍ତି । ଆଗକୁ ବର୍ଷା ଦିନ ଆସୁଛି ବିଦ୍ୟାଳୟ ଖୋଲିଲେ ଛାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେବେ । ଆଗାମି ଦିନରେ ବିଦ୍ୟାଳୟ ସମ୍ମୁଖରେ ଥିବା ଡ୍ରେନର ପୁନଃ ନିର୍ମାଣ କରା ନଗଲେ ଛାତ୍ରୀ ଓ ଅଭିଭାବକମାନଙ୍କୁ ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବୁ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ତା କହିଛନ୍ତି ।

Leave A Reply

Your email address will not be published.