
ଲୋଇସିଂହା, (କେପିଏନ୍ଏସ୍) : ଲୋଇସିଂହା ନିକଟସ୍ଥ ପଣ୍ଡରାଣୀ ଗ୍ରାମ ସ୍ଥିତ ଅଭିରାମ ଆଶ୍ରମ ଠାରେ ଜଗଦଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଭକ୍ତ ଗୋଷ୍ଠୀ ଆନୁକୂଲ୍ୟରେ ସାତଦିନ ବ୍ୟାପୀ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟହ ସଂଧ୍ୟାରେ ଠାକୁରଙ୍କ ଷୋଡ଼ଶ ଉପଚାର ପୂଜା ପରେ ନାମ ସଙ୍କୀର୍ତ୍ତନ ସହ ଚନ୍ଦନ ପୋଖରୀରେ ଠାକୁର ଶ୍ରୀ ଶ୍ରୀ ଅଭିରାମ ଓ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ଏକ ଭାସମାନ ପଲଙ୍କରେ ବିଜେ କରି ଠାକୁରଙ୍କ ବିରଚିତ ସଙ୍ଗୀତର ତାଳେ ତାଳେ ଚନ୍ଦନ ଯାତ୍ରା ପାଳନ କରାଯାଇଥିଲା । ଏହି ଉପଲକ୍ଷେ ଛତାବାହାଲ ଗ୍ରାମର କୀର୍ତ୍ତନ ମଣ୍ଡଳୀ ତଥା ଗ୍ରାମର ସମସ୍ତ ଭକ୍ତ ସହଯୋଗ କରିଥିଲେ । ସଭାପତି ଜଗଦୀଶ ପରୁଆ, ସମ୍ପାଦକ ଡାକ୍ତର ଥାଟି, କବି ତଥା ଆକାଶବାଣୀ କଳାକାର ଗୌରୀଶଙ୍କର ସାହୁ, ପ୍ରଫୁଲ୍ଲ ଥାଟି, ସତ୍ୟବାନ ପରୁଆ, ସହାଦୂର୍ ଥାଟି, ବାହାଦୁର ଥାଟି, ରମାକାନ୍ତ ସାହୁ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।