centurian jitm

ଗଉଞ୍ଜୁ ଗାଁରେ କାର୍ ପୋଡ଼ିଦେଲେ ଦୁର୍ବୃତ୍ତ : କାରଣ ଅସ୍ପଷ୍ଟ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗଉଞ୍ଜୁ ଗାଁରେ ଅଭାବନୀୟ ଘଟଣା । ବ୍ରାହ୍ମଣ ସାହିରେ କାଳୁ ଚରଣ ମହାରଣାଙ୍କ କାର୍ ପୋଡି ଦେଲେ ଦୁର୍ବୃତ୍ତ । ଫଳରେ ଗାଡ଼ିଟି ପୋଡ଼ି ପାଉଁଶ ହୋଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିଏ ଓ କାହିଁକି ଏଭଳି କାଣ୍ଡ ଘଟାଇଲେ ବର୍ତ୍ତମାନ ଅସ୍ପଷ୍ଟ ରହିଛି । ସୂଚନା ମୁତାବକ, ରବିବାର ରାତିରେ ଲାଞ୍ଜିପଲ୍ଲି ଯାତ୍ରା ଦେଖିବାକୁ ଯାଇଥିଲେ କାଳୁ ଚରଣ ମହାରଣା । ଘରେ ନଥିବା ବେଳେ ରାତି ପ୍ରାୟ ସାଢେ ୨ଟାରେ ନିଆଁ ଲାଗିଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଥିଲେ । ହେଲେ ଏହାରି ଭିତରେ ଗାଡ଼ିଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା । ଏ ନେଇ ଥାନାରେ ଅଭିଯୋଗ ହୋଇନଥିବା କହିଛନ୍ତି ଗୋପାଳପୁର ଥାନା ଆଆଇସି ପ୍ରଶାନ୍ତ କୁମାର ମଲ୍ଲିକ । ଘଟଣା ବିଷୟରେ ଜାଣିବା ପରେ ତଦନ୍ତ କରାଯାଉଛି । ତେବେ ଗାଁ ଲୋକଙ୍କ କହିବା ଅନୁସାରେ, ରାତି ପ୍ରାୟ ଗୋଟାଏ ପର୍ଯ୍ୟନ୍ତ କୌଣସି ଅଘଟଣ ଘଟିନଥିଲା । ରାତି ୨ଟାରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । କିଏ ଓ କାହିଁକି ଗାଡ଼ିରେ ନିଆଁ ଲଗାଇଛି ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.