centurian jitm

ଶତାୟୁ ପୁରୁଷ ମଧୁସୂଦନ ଦାସଙ୍କ ପରଲୋକରେ ଶୋକର ଛାୟା

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ସିଆଁରୋଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସେହି ଗ୍ରାମରେ ଶତାୟୁ ପୁରୁଷ ମଧୁସୂଦନ ଦାସଙ୍କ ଗତ କାଲି ଶନିବାର ରାତି ୧୧. ୪୨ ମିନିଟ ସମୟରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ଶ୍ରୀଯୁକ୍ତ ଦାସଙ୍କୁ ୧୦୨ ବର୍ଷ ହୋଇଥିଲା । ଗତ ୨୦୨୩ ମସିହାରେ ଶ୍ରୀଯୁକ୍ତ ଦାସଙ୍କ ଶହେ ତମ ଜନ୍ମଦିନ ଉପଲକ୍ଷେ ବ୍ରାହ୍ମଣ ସମାଜ ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀଯୁକ୍ତ ଦାସ ଜଣେ ସମାଜ ସଂସ୍କାରକ , କର୍ତ୍ତବ୍ୟନିଷ୍ଠ , ମେଳାପୀ , ଧର୍ମପରାୟଣ ଓ ସୁବିଚାରକ ଭାବରେ ଆଖପାଖ ଅଞ୍ଚଳରେ ଖୁବ୍ ପ୍ରଶଂସା ସାଉଁଟିଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶତାୟୁ ପୁରୁଷ ଶ୍ରୀ ଦାସଙ୍କ ବିୟୋଗ ଖବର ଶୁଣି ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ଉପାଧ୍ୟକ୍ଷା ମିନାରାଣୀ ସାସମଲ, କଂଗ୍ରେସ ନେତା ସତ୍ୟଶିବ ଦାସ , ବିଜେପି ନେତା ଆଶିଷ ପାତ୍ର, ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଜେନା, ସଦସ୍ୟ ଆଶିଷ ମହାନ୍ତି ପ୍ରମୁଖ ଶୋକବ୍ୟକ୍ତ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଶ୍ରୀଯୁକ୍ତ ଦାସଙ୍କ ବିୟୋଗ ଖବର ଶୁଣି ଶହ ଶହ ସଂଖ୍ୟାରେ ସ୍ଥାନୀୟ ଲୋକ , ଅନେକ ରାଜନେତା, ସମାଜସେବୀ, ବୁଦ୍ଧିଜୀବୀ, ଆତ୍ମୀୟ ସ୍ୱଜନ, ବନ୍ଧୁବାନ୍ଧବ ପ୍ରମୁଖ ବାସଭବନରେ ଉପସ୍ଥିତ ହୋଇ ମର ଶରୀର ଉପରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶ୍ରୀଯୁକ୍ତ ଦାସଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ଅମୂଲ୍ୟ ଦାସ , ଶ୍ୟାମସୁନ୍ଦର ଦାସ , ରବିନ୍ଦ୍ର ଦାସ ଏବଂ ପୁତ୍ରବଧୂ, ପୁତୁରା, ଝିଅ, ଜ୍ୱାଇଁ ଅରୁଣ, ନାତି ଶିକ୍ଷକ ରାଜୀବ ଲୋଚନ, ନାତୁଣୀ , ଅଣନାତି ପ୍ରମୁଖ ଉପସ୍ଥିତ ହୋଇ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶ୍ରୀଯୁକ୍ତ ଦାସଙ୍କ ମର ଶରୀରକୁ ଗ୍ରାମ ପରିକ୍ରମା କରାଯାଇ ଶ୍ମଶାନରେ ଶବ ସଂସ୍କାର କରାଯାଇଥିଲା । ବଡ଼ପୁତ୍ର ଅମୂଲ୍ୟ ଦାସ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.