centurian jitm

ତେନ୍ତୁଳିଖୁଣ୍ଟି ଗରଗଡବାହାଲ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ତେନ୍ତୁଳିଖୁଣ୍ଟି, ଗରଗଡବାହାଲ ଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଶନିବାର ଭବ୍ୟକଳସ ଶୋଭାଯାତ୍ରା ସହ ଅଧିବାସ ପର୍ବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଟଙ୍ଗଜୋରରୁ ଶତାଧିକ ମହିଳାମାନେ ସଙ୍କୀର୍ତ୍ତନ୍ୟ ଦଳ ସହ ପୂର୍ଣ୍ଣକୁମ୍ଭ କଳସ ଶୋଭାଯାତ୍ରାରେ ଆଣି ପୂଜାମଣ୍ଡପରେ ସ୍ଥାପନ କରିଥିଲେ । ଏହି ଷୋହଳ ପ୍ରହରୀ ନାମଯଜ୍ଞରେ ପୂଜା କର୍ତ୍ତା ରୂପେ ଗ୍ରାମର ଭୁବନ ହାତୀ ଓ ତାଙ୍କ ପତ୍ନୀ ଭୂମିସୁତା ହାତୀ, ପୂଜକ ରୂପେ କୃଷ୍ଣଚନ୍ଦ୍ର ଦାସ ଓ ଜପକ ରୂପେ ସବ୍ୟସାଚୀ ମିଶ୍ର ଦାୟିତ୍ଵ ନିର୍ବାହ କରୁଛନ୍ତି । ରବିବାର ସକାଳୁ ନାମାରମ୍ଭ ହେବାକୁ ଥିବା ବେଳେ ଏଥିରେ ଜିଲ୍ଲା ତଥା ପଡ଼ୋଶୀ ଜିଲ୍ଲାର ବିଭିନ୍ନ ୧୨ଟି ସଙ୍କୀର୍ତ୍ତନ୍ୟ ଦଳ ଅଂଶ ଗ୍ରହଣ କରି ଦୁଇଦିନ ଧରି ହରେକୃଷ୍ଣ ହରେରାମ ମହାମନ୍ତ୍ର ପରିବେଷଣ କରିବେ । ଆୟୋଜକ ଷୋହଳ ପ୍ରହରୀ ନାମଯଜ୍ଞ କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସହ ସମସ୍ତ ଗ୍ରାମବାସୀ ଓ ଶ୍ରଦ୍ଧାଳୁ ମହିଳାମାନେ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.