୩୨ ଜଣ ପିଲା ପାଇବେ ଚଳିତ ବର୍ଷ ରାଷ୍ଟ୍ରୀୟ ବାଲ ପୁରସ୍କାର : ପୁର‌ସ୍କାର ତାଲିକାରେ ଅଛ‌ନ୍ତି ଓଡ଼ିଶାର ଅନ୍ୱେଷ ଶୁଭମ୍ ପ୍ରଧାନ

ଭୁବନେଶ୍ୱର : ଚଳିତ ବର୍ଷ ୩୨ ଜଣ ପିଲା ପାଇବେ ରାଷ୍ଟ୍ରୀୟ ବାଲ ପୁରସ୍କାର । ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିବେ । ଶିକ୍ଷା, କ୍ରୀଡ଼ା, କଳା ଓ ସଂସ୍କୃତି, ସମାଜସେବା ଓ ସାହସିକତା କ୍ଷେତ୍ରରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ତେବେ ଏହି ପୁରସ୍କାର ତାଲିକାରେ ଅଛନ୍ତି ଓଡ଼ିଶାର ଅନ୍ୱେଷ ଶୁଭମ ପ୍ରଧାନ । ତାଙ୍କୁ ଶିକ୍ଷା କ୍ଷେତ୍ରରେ ମନୋନୀତ କରାଯାଇଛି । ଶୁଭମ ଚନ୍ଦ୍ରଶେଖରପୁର ଡିଏଭିରେ ନବମ ଶ୍ରେଣୀରେ ପାଠ ପଢ‌ନ୍ତି । ଅନ୍ୱେଷ ଜଣେ ମେଧାବୀ ଛାତ୍ର । ତାଙ୍କ ବାପା ମାନସ ରଞ୍ଜନ ପ୍ରଧାନ ସମ୍ବଲପୁର ଏସବିଆଇରେ ଏଜିଏମ୍‌ ଅଛନ୍ତି । ମାଆ ଝରଣା ପ୍ରଧାନ ଗୃହିଣୀ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲରେ ବାଲ୍‌ ପୁରସ୍କାର ପାଇବାକୁ ଥିବା ପ୍ରତିଭାଙ୍କ ସହ ଆଲୋଚନା କରିବେ । ଖୋର୍ଦ୍ଧା ଜିଲାପାଳଙ୍କ କାର୍ୟ୍ୟାଳୟରେ ଅନ୍ୱେଷ୍‌ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ସହ ଭର୍ଚୁଆଲରେ କଥା ହେବେ ।

Leave A Reply

Your email address will not be published.