centurian jitm

ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ଲୋକଙ୍କ ନିମନ୍ତେ ଆରମ୍ଭ ହେଲା ଅମୃତ ଧାରା – ଉଦ୍‌ଘାଟନ କଲେ ବିଧାୟକ ନବୀନ ଜୈନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହର ତତଲାଗଡ ରୂପେ ପରିଚିତ । ସହରର ବିଭିନ୍ନ ସ୍ଥାନରେ ଲାଗି ଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ନ ହୋଇ ପଡ଼ି ରହିଛି । ଦୂର ଦୁରାନ୍ତରୁ ନିଜ ନିଜ କାର୍ଯ୍ୟରେ ବହୁତ ଲୋକ ଟିଟିଲାଗଡ଼ ସହରକୁ ଆସିଥାନ୍ତି । ଆଜି କାଲିର ଯୁଗରେ ଥଣ୍ଡା ପାଣି ପିଇବାକୁ ହେଲେ ଛୋଟ ବୋତଲ ୧୦ ଓ ବଡ ବୋତଲ ୨୦ ଟଙ୍କା ଦେବାକୁ ପଡ଼ୁଛି । ସମସ୍ତେ ପାଣି କିଣି ପିଇବାକୁ ସକ୍ଷମ ନୁହନ୍ତି । ଏହାକୁ ଆଖି ଆଗରେ ରଖି ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ସହରର ପାଞ୍ଚୋଟି ସ୍ଥାନରେ ଥଣ୍ଡା ପାନୀୟ ଜଳ ବଣ୍ଟନ କରାଯିବା ବ୍ୟବସ୍ଥା କରାଯାଇଛି । ସଭାପତି ଗଙ୍ଗାଧର ଶର୍ମାଙ୍କ ସଭାପତିତ୍ୱରେ ଲାୟନ୍ସ୍ କ୍ଲବ ସଦସ୍ୟଙ୍କ ଦୋକାନ ସମ୍ମୁଖରେ ଏହି ଅମୃତ ଧାରା ପ୍ରୋଜେକ୍ଟ ଅନ୍ତର୍ଗତ ଜନ ସାଧାରଣଙ୍କୁ ଥଣ୍ଡା ପାଣି ବଣ୍ଟନ କରାଯାଉଛି । ଏହି ଅମୃତ ଧାରା ପ୍ରୋଜେକ୍ଟକୁ ଆରମ୍ଭ କରିଥିଲେ ଟିଟିଲାଗଡ଼ ବିଧାୟକ ତଥା ଲାୟନ୍ସ କ୍ଲବ ସଦସ୍ୟ ନବୀନ ଜୈନ । ଏହି ଥଣ୍ଡା ପାଣି ବଣ୍ଟନ ହେଉଛି ଧର୍ମଶାଳା ରୋଡ ଫେନ୍ସି କଟେଜ ଦୋକାନ, ଜୟନ୍ତୀ ହୋଟେଲ ପାଖ ମିନାକ୍ଷୀ ଜୁଏଲାରୀ, ଜେଲଖାନା ଛକ ଜୟନ୍ତି ମୋବାଇଲ ଦୋକାନ, ଜୀବନ ଜ୍ୟୋତି ନର୍ସିଂ ହୋମ, ଶାସ୍ତ୍ରୀ ଛକ ଆକାଶ ଜୈନଙ୍କ ଦୋକାନ ସମ୍ମୁଖରେ । ଏହି ପ୍ରୋଜେକ୍ଟ ଆରମ୍ଭ ସମୟରେ ସଂଜୟ ସୋନି, ସନ୍ତୋଷ ମହାନ୍ତି, ଅଜିତ ପାତ୍ର, ଦୀପକ ପୃଷ୍ଟି, ସଭାପତି ଗଙ୍ଗାଧର ଶର୍ମା , କାଉନସିଲର ଟିନୁ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅମୃତ ଧାରା ପ୍ରୋଜେକ୍ଟ ଆଜିଠାରୁ ୧୫ ଦିନ ଧରି ଚାଲିବ ବୋଲି ସଭାପତି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.