
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କରୁଛନ୍ତି କୋଟି କୋଟି ଟଙ୍କାର ଯୋଜନା ହେଲେ ପ୍ରଶାସନର ଅବହେଲା ଯୋଗୁଁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ଚକନିପଦର ଗାଁରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଲିଛିି । ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଉତ୍କଟ ରୁପ ଧାରଣ କରିଛି । ପାଣି ମୁନ୍ଦାଏ ପାଇଁ ଅନେକ ଅସୁବିଧା ହଇରାଣ ହରକତ ହେଉଛନ୍ତି । ଏ ଚିତ୍ର ହେଉଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଂଚାୟତ ଆଦିବାସୀ ବହୁଳ ଚକନିପଦର ଗାଁ । ଗାଁରେ ବିଶୁଦ୍ଧ ପାନୀୟ ଜଳର ଦେଖାଦେଇଛି ଘୋର ସମସ୍ୟା । ସକାଳ ପାହିଲେ ଲୋକଙ୍କ ମନରେ ଗୋଟିଏ ଚିନ୍ତା । ପିଇବା ପାଣି କେଉଠିଁ ମିଲିବ । ହାତରେ ଗରା, ବାଲଟି, ଡେକଚି ଧରି ମହିଳା ମାନେ ସକାଳୁ ଯାଇ ଘଣ୍ଟା ଘଣ୍ଟା ଧରି ଲାଇନ୍ ଲଗାନ୍ତି । ଗାଁରେ ୧ ୱାର୍ଡ ବିଶିଷ୍ଟ ଥିବା ବେଳେ ମାତ୍ର ଗୋଟିଏ ନଳକୂପ ଅଛି । ପାଣି ପିଇବା ପାଇଁ ଅନୁପଯୋଗୀ । ଗୋଟିଏ ମାତ୍ର ନଳକୂପରେ ପାଣି ପାଇଁ ଘଣ୍ଟା ଘଣ୍ଟା ସମୟ ଧରି ଅଳ୍ପ ଅଳ୍ପ କରି ପାଣି ସଂଗ୍ରହ କରିବା ସମୟରେ ଘଣ୍ଟା ଘଣ୍ଟା ଲାଗିଥାଏ । ପାଣି ପାଇଁ ଗାଁ ନିକଟରେ ଥିବା ଏକ ନାଳାରୁ ବାଲି ଚୁଆଁ କରି ସେଠାରୁ ପାଣି ସଂଗ୍ରହ କରିଥାନ୍ତି । ମଇଳା ପାଣିକୁ ସଂଗ୍ରହ କରୁଥିବା ଯୋଗୁଁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡିଛି । ନିଜ ନିଜ ମଧ୍ୟରେ ଝଗଡା ଲାଗିଥାନ୍ତି । ସକାଳ ପାହାନ୍ତିଆ ୪ ଘଟିକାରୁ ପାଣି ପାଇଁ ନ ଗଲେ ପାଣି ମିଲେ ନାହିଁ । ପାଣି ପାଇଁ ଗାଁ ଲୋକଙ୍କ ଅସୁବିଧା ଦ୍ୱିଗଣିତ ହୋଇପଡିଛି । ଏହି ଗାଁ ନୂଆପଡା, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ଶେଷ ସୀମାରେ ରହିଛି । ଗାଁ ଜଙ୍ଗଲ ଭିତରେ ରହିଥିବାରୁ ସମସ୍ୟା ଅନେକ ରହିଥିବା ଜଣାପଡିଛି । ଖାଲି ନିର୍ବାଚନ ସମୟରେ ନେତା ମନ୍ତ୍ରୀ ମାନେ ଏହି ଆଦିବାସୀ ଗାଁକୁ ଗସ୍ତ କରି ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇଥାନ୍ତି ଆଉ ନିର୍ବାଚିତ ହେବା ପରେ ଆଉ ତାଙ୍କ ଦେଖା ମିଳେ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁରେ ପାଣି ସମସ୍ୟା ଲାଗି ରହିଥିଲେ ମଧ୍ୟ କାହାରି ଆନ୍ତରିକତା ନାହିଁ । ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କଠାରେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଧ୍ୟାନ ଦେଉ ନାହାଁନ୍ତି । ଗାଁ କୁ ବସୁଧା ଯୋଜନାରେ ସାମିଲ କରି ଓଭରହେଡ ଟାଙ୍କି ନିର୍ମାଣ କରାଯାଇ ଲୋକଙ୍କ ଘରକୁ ପାଣି ଯୋଗାଇବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ସେପଟେ କଣ୍ଟାବାଞ୍ଜି ବିଭାଗୀୟ ଏସଡ଼ିଓ ପ୍ରଶାନ୍ତ ବାଗେ କହିଛନ୍ତି, ଆଗାମୀ ଦିନରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ କେତେ ଶୀଘ୍ର ଏହି ଚକନିପଦର ଗାଁରେ ବସୁଧା ଯୋଜନା ରେ ସାମିଲ କରୁଛି ପାନୀୟ ଜଳ ସମସ୍ୟା ସମାଧାନ କରୁଛି ତାହା ଦେଖିବାକୁ ବାକି ରହିଲା । ଗାଁର ଗଙ୍ଗାଧର ମାଝୀ, ରାମ ମାଝୀ, ମୁକ୍ତା ଧରୁଆ, ମିଥିଲା ମାଝୀ, ଦଶରୁ ପହରିଆଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି ।