pr

ସିବିଏସ୍‌ଇ ଦଶମ ଶ୍ରେଣୀର ବୋର୍ଡରେ ବଲାଙ୍ଗିର ଏକାଡେ଼ମୀ ହାଇଟସ୍‌ ପବ୍ଲିକ ସ୍କୁଲର ଶତ ପ୍ରତିଶତ ରେଜଲ୍ଟ

dr. purohit

ବଲାଙ୍ଗିର (କେପିଏନ୍‌ଏସ୍‌) : ଇତି ମଧ୍ୟରେ ସିବିଏସ୍‌ଇ ଦଶମ ଶ୍ରେଣୀର ବୋର୍ଡର ପରୀକ୍ଷାଫଳ ପ୍ରକାଶ ପାଇଛି । ଏଥିରେ ବାଜିମାତା କରିଛନ୍ତି ଏକାଡେ଼ମୀ ହାଇଟସ୍‌ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ବିଧ୍ୟାଳୟର ପାସ୍‌ହାର ଶତପ୍ରତିଶତ ରହିଥିବା ବେଳେ ବିଧ୍ୟାଳୟର ୧୧ ଛାତ୍ରଛାତ୍ରୀ ୯୦ %ରୁ ଅଧିକ ମାର୍କ ରଖିଛନ୍ତି । ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଅର୍ଣ୍ଣବ ଖମାରୀ, ଆୟୁଷ୍ମାନ ମିଶ୍ର, ସ୍ନେହାଂଶି ହୋତା, ତଲ୍‌ଜା ମଲ୍ଲିକ, ଆଦର୍ଶ ବାରିକ, ବୈଭବ ପ୍ରସାଦ ସିଂହଦେଓ, ଶୁଭମ ଗୋୟଲ, ବୈଭବ ଷଡ଼ଙ୍ଗୀ, ଦିବ୍ୟ ରଂଜନ ଚୈଧୁରୀ, ମୋହିତ ଅଗ୍ରୱାଲ, ଶାଶ୍ୱତୀ ଶତପଥୀ ୯୦ ଶତକଡ଼ାରୁ ଅଧିକ ମାର୍କ ପ୍ରାପ୍ତ କରିଛନ୍ତି । ବିଦ୍ୟାଳୟର ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ଶତପଥୀ ଏବଂ ନିର୍ଦ୍ଦେଶକ ଅଜିତ ଶତପଥୀ ସମସ୍ତ ଛାତ୍ରଛାତ୍ରୀଙ୍କ ସଫଳତାରେ ଖୁସି ବ୍ୟକ୍ତ କରିଥିବା ବେଳେ ତାଙ୍କୁ ଶୁଭେଚ୍ଛା ଓ ଶୁଭ କାମନା ଜଣାଇଛନ୍ତି । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହ ତାଙ୍କର ଉଜ୍ୱଳ ଭବିଷ୍ୟତର କାମନା କରିଛନ୍ତି ।

nrusinghnath
Leave A Reply

Your email address will not be published.