ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ପାଇକମାଲ ଗ୍ରସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉତ୍ତରାଞ୍ଚଳ ରାଜସ୍ୱ କମିଶନର ନିରଞ୍ଜନ ସାହୁ ଆଜି ଦିନିକିଆ ପାଇକମାଲ ଗ୍ରସ୍ତରେ ଆସି ନୃସିଂହନାଥ ମନ୍ଦିରକୁ ଯାଇ ପ୍ରଭୁ ନୃସିଂହନାଥଙ୍କ ଦର୍ଶନ କରିଛନ୍ତି । ନୃସିଂହନାଥ ମନ୍ଦିର ସିଂହଦ୍ୱାର ନିକଟରେ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ସ୍ୱାଗତ ଜଣାଇଥିଲେ । ପ୍ରଭୁ ନୃସିଂହନାଥଙ୍କୁ ସପରିବାର ଦର୍ଶନକରି ଖୁସି ବ୍ୟକ୍ତ କରିବା ସହିତ ମନ୍ଦିର ବେଡା ବୁଲି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପଚାରି ବୁଝିଥିଲେ । ତାଙ୍କର ଏହି ଗ୍ରସ୍ତ ଅବସରରେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଉପଖଣ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.