centurian jitm

ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ରକ୍ତଦାନ ଶିବିର ଆୟୋଜିତ

ଜୟପୁର, (କେପିଏନ୍‌ଏସ୍‌) : ସାରା ଓଡ଼ିଶାରେ ଗ୍ରୀଷ୍ମ କାଳରେ ରକ୍ତ ସଙ୍କଟ ଦୂର କରିବା ଉଦ୍ଦେଶ୍ୟରେ ଓଡ଼ିଶା ରକ୍ତଦାତା ମହାସଂଘର ଆହ୍ୱାନ କ୍ରମେ ପ୍ରତିମା ଅମ୍ବିକା ଟ୍ରଷ୍ଟ ଜୟପୁରଙ୍କ ଦ୍ୱାରା ବାରିଣିପୁଟ ଉଚ୍ଚ ମାଧ୍ୟମିକ ସ୍କୁଲରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ଶିବିରକୁ ଟ୍ରଷ୍ଟର ଅଧକ୍ଷା ମମତା ବେହେରା ମୂଖ୍ୟ ଅତିଥି ଭାବେ ଯୋଗଦେଇ ପେହେଲଗାମରେ ପ୍ରାଣ ହରାଇଥିବା ଅମର ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ କରିଥଲେ । କଣ୍ଟାବାଞ୍ଜିର ଜଣାଶୁଣା ସମାଜସେବୀ ତଥା ଜୁନିୟର ରେଡ଼କ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନିଜେ ମଧ୍ୟ ରକ୍ତ ଦାନ କରିଥିଲେ । ପ୍ରକାଶ ଥାଉକି ଶ୍ରୀ ଦାଶ ନିର୍ଝରିଣୀ, ନିଫା ତରଫରୁ ବିଭିନ୍ନ ସମୟରେ ରକ୍ତ ଦାନ ଶିବିର ଆୟୋଜନ କରି ଅଞ୍ଚଳର ରକ୍ତ ସଂକଟକୁ ଦୂର କରିବାରେ ସାହାଯ୍ୟ କରି ଆସୁଛନ୍ତି । ଟ୍ରଷ୍ଟର କର୍ଯ୍ୟକର୍ତ୍ତାଙ୍କ ସମେତ, ଓଡ଼ିଶା ରକ୍ତଦାତା ମହାସଂଘ ପକ୍ଷରୁ ପ୍ରମୋଦ କୁମାର ରାଉଳ ଏହି ଶିବିର ପରିଚାଳନା କରିଥିଲେ । ଓଡିଶା ବ୍ଲଡ଼ ବ୍ୟାଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ କେନ୍ଦ୍ର ଟିମ୍ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ବେହେରା ସାଂପ୍ରତିକ ପରିସ୍ଥିତିରେ ପେହେଲଗାମ ଠାରେ ଅତଙ୍କି ଗୁଳିରେ ମୃତ୍ୟୁ ବରଣ କରିଥିବା ଲୋକମାନଙ୍କ ଓ ଶହିଦ ହୋଇଥିବା ଯବାନ ଓ ଅଫିସରଙ୍କ ଉଦ୍ଧେଶ୍ୟରେ ତଥା ବହୁ ସଂଖ୍ୟାରେ ସଡ଼କ ଦୁର୍ଘଟଣା ଜନିତ ଏମାରର୍ଜେନ୍ସି ସମୟରେ ରକ୍ତ ଅଭାବ ଯୋଗୁଁ କିପରି ବହୁ ମୂଲ୍ୟ ଜୀବନ ଚାଲି ଯାଇଥାଏ ତଥା ସିକିଲ ସେଲ, ଥାଲାସେମିଆ, ଗର୍ଭବତୀ ମହିଳା ଓ କ୍ୟାନସର ରୋଗୀଙ୍କ ନିମନ୍ତେ ଏହି ରକ୍ତଦାନ ଶିବିର ଉଦ୍ଧିଷ୍ଟ ବୋଲି ପ୍ରକାଶ କରିଥିଲେ ।

Leave A Reply

Your email address will not be published.