
ପାଟଣାଗଡ଼, (ଅଶୋକ କୁମାର ବାଗ) : ବର୍ତ୍ତମାନର ବଡ଼ ଖବର । କୂଅରେ ପଡ଼ି ୨ ବର୍ଷର ଶିଶୁର ମୃତ୍ୟୁୂ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଚିକ୍ଟାମାଲ ଗ୍ରାମରେ । ମୃତ ଶିଶୁ ଜଣକ ହେଲେ ଗ୍ରାମର ଅନ୍ତର୍ଯ୍ୟାମୀ ପୋଢ଼ଙ୍କ ଦୁଇ ବର୍ଷର ଶିଶୁ ପ୍ରିୟାଂଶୁ ପୋଡ଼ । ସୂଚନା ଯୋଗ୍ୟ ଯେ, ପ୍ରିୟାଂଶୁ ଖେଲି ଯାଇଥିବା ସମୟରେ ନିକଟରେ ଥିବା କୂଅରେ ପଡ଼ିଯାଇଥିଲେ । କିଛି ସମୟ ସେ ଘରକୁ ନଫେରିବାରୁ ଘର ଲୋକେ ତାଙ୍କୁ ଖୋଜାଖୋଜି କରିବା ପରେ ନିକଟସ୍ଥ କୁଅରେ ପଡ଼ିଥିବା ଜାଣିବାକୁ ପାଇଥିଲେ । । ପରିବାର ଲୋକେ ଶିଶୁକୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ପାଟଣାଗଡ଼ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଲରମ୍ଭା ପୋଲିସ ତଦନ୍ତକାରୀ ଅଧିକାରୀ କମଲ ଲୋଚନ ପଧାନ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିବା ବେଳେ ଏନେଇ ଲରମ୍ଭା ଥାନା ୟୁଡ଼ି କେସ ନଂ ୭/୨୦୨୫ ରେ ଏକ ମାମଲା ଋଜୁ କରି ଅଧିକ ତଦନ୍ତ ଚାଲିଥିବା ଲରମ୍ଭା ଥାନାଧିକାରୀ ଭାନୁ ପ୍ରସାଦ ୟାଦବ ସୂଚନା ଦେଇଛନ୍ତି ।