centurian jitm

ବାଇକ୍ ଉପରେ ଚଢିଗଲା ବସ : ଜଣେ ମୃତ

ପାରାଦୀପ : ପାରାଦୀପ ତାରେଣୀଗଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ ଉପରେ ଚଢିଗଲା ବସ । ଏଥିରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ପାରାଦୀପ ବନ୍ଦରରେ ଇଲେକ୍ଟ୍ରିକାଲ ଡିଭିଜନରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ଅଜିତ ହେମ୍ବ୍ରମ । ମୟୂରଭଞ୍ଜ ଜିଲ୍ଲାର ଅଜିତ ହେମ୍ବ୍ରମ ପାରାଦୀପ ବନ୍ଦରରେ ଇଲେକ୍ଟ୍ରିକାଲ ଡିଭିଜନରେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି । ଗୁରୁବାର ଅପରାହ୍ନରେ ଅଜିତ କାର୍ଯ୍ୟସାରି ବାଇକ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ କମ୍ପାନୀର ଏକ ଘରୋଇ ବସ ଅଜିତଙ୍କ ଉପରେ ଚଢିଯାଇଥିଲା । ଫଳରେ ଘଟଣା ସ୍ଥଳରେ ଅଜିତଙ୍କ ମୃତ୍ୟୁ ହୋଇଥିଲା । ତେବେ କ୍ଷତି ପୂରଣ ଦାବୀରେ ଉତ୍ତ୍ୟକ୍ତ ଲୋକେ କଟକ-ପାରାଦୀପ ରାସ୍ତା ଅବରୋଧ କରିଥିଲେ । ଫଳରେ ରାସ୍ତାର ପାର୍ଶ୍ଵରେ ଯାନବାହନ ଗୁଡିକ ଅଟକି ରହିଛି । ଘଟଣା ସ୍ଥଳରେ ପାରାଦୀପ ଆଦର୍ଶ ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.