csstore

ପଞ୍ଚାୟତରେ ଜମାକାରୀଙ୍କ ସତ୍ୟାଗ୍ରହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦେଓଗାଁ ବ୍ଲକ ଅନ୍ତର୍ଗତ ଉଡାର ଗ୍ରାମ ପଞ୍ଚାୟତ ଏବଂ ମହଲେଇ ଗ୍ରାମ ପଞ୍ଚାୟତରେ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ (ଏଏସ୍‌କେଏମ୍‌)ର ଜିଲ୍ଲା ସଭାପତି ତଥା ରାଜ୍ୟ ଉପସଭାପତି ବିଭୁଦତ୍ତ ମିଶ୍ରଙ୍କ ନେତୃତ୍ୱରେ ଶହ ଶହ ଜମାକାରୀ ଏକତ୍ରିତ ହୋଇ ତାଙ୍କ ଜମାରାଶି ଫେରସ୍ତ ପାଇଁ ସତ୍ୟାଗ୍ରହରେ ସାମିଲ ହୋଇଥିଲେ । ଜମାକାରୀଙ୍କୁ ଚିହ୍ନଟ ଏବଂ ଫେରସ୍ତ ପ୍ରକ୍ରିୟାକୁ ଯୁଦ୍ଧକାଳିନ ଭିତ୍ତିରେ ତ୍ୱରାନ୍ୱିତ କରିବାକୁ ତଥା ଠକ କଂପାନୀ ମାଲିକମାନଙ୍କୁ ଗିରଫ ଏବଂ ତାଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତି କରିବା ପାଇଁ ଶ୍ରୀ ମିଶ୍ର ରାଜ୍ୟ ସରକାରଙ୍କ ଠାରେ ଦୃଢ ଦାବୀ ଜଣାଇଥିଲେ । ଲଳିତ ଦୀପ, ଦୁଃଖିଶ୍ୟାମ ବୁଡେକ, ରବି ନାରାୟଣ ଭୋଇ, ସୁବଲ ପଟେଲ, ଅଶୋକ କୁମ୍ଭାର, ଶଙ୍କର୍ଷଣ ମହାପାତ୍ର, ଶୁଶିଲ ମେହେର, ବେଣୁଧର ମେହେର ପ୍ରମୁଖ ତାଙ୍କ ବକ୍ତବ୍ୟ ରଖି ଜମାକାରୀ ଆନ୍ଦୋଳନକୁ ଏକ ନିର୍ଣ୍ଣୟ ପର୍ଯ୍ୟାୟକୁ ନେବା ପାଇଁ ସମସ୍ତ ଜମାକାରୀ ଏକଜୁଟ ହୋଇ ହକ୍‌ର ଲଢେଇ ଲଢିବାକୁ ଆହ୍ୱାନ ଦେଇଥିଲେ । ପରେ ମହଲେଇ ତଥା ଉଡାର ଗ୍ରାମ ପଞ୍ଚାୟତର ସରପଞ୍ଚ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଥିଲା ।

jayashree
Leave A Reply

Your email address will not be published.