ପଦ ଗଲା ପାଣି ବାହାରିପାରିଲା ନାହିଁ : ୩ବର୍ଷ ହେଲା ନଳକୁପ ଖୋଲା ହୋଇ ଖୋଲା ରହିଗଲା

  • ସାଲୁଜାଙ୍କ କାର୍ଯ୍ୟବୋଲି କଲାନାହିଁ ପ୍ରଶାସନ

ତୁରେକେଲା, (ପିତାମ୍ବର ଦୀପ) ତୁରେକେଲ ବ୍ଲକ ବଡ଼ଡ଼ା କଳା ପଂଚାୟତର ନାଗଫେଣା ଗାଁ । ୧୫୦୦ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି ପିଇବା ପାଣିର ଘୋର ଅସୁବିଧା, ଲୋକେ କୁଅଁ, ଝରଣା ପାଣି ପିଉଥିବା ବେଳେ ସରକାରୀ ଯୋଜନା ସେମାନଙ୍କ ପାଇଁ ସାତସପନ ହୋଇଯାଇଛି । ଗତ ୩ବର୍ଷ ଉର୍ଦ୍ଧ ହେବ ଗାଁରେ ଥିବା ଜଳମହାଦେବ ଶିବ ମନ୍ଦିରରେ ବିଧାୟକ ପାଣ୍ଠିରୁ ଏକ ନଳକୂପ ଖନନ କରାଯାଇଥିଲା କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ, ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ କ୍ଷମତା ଥିଲା ବେଳେ ଖୋଲାଯାଇଥିବା ନଳକୂପ ଏବେ ପର୍ଯ୍ୟନ୍ତ ଖୋଲା ରହିଆଯାଇଛି, ସ୍ଥାନୀୟ ଲୋକେ ବିଭାଗୀୟ ଯନ୍ତ୍ରୀ, ଅଧିକାରୀଙ୍କୁ କହିଥିଲେ ସୁଦ୍ଧା କିଏ କର୍ଣ୍ଣପାତ କରିନାହାନ୍ତି, ତେବେ ସରକାର ବଦଳିଲା ପରେ ସାଲୁଜାଙ୍କ କାର୍ଯ୍ୟ ଅଧାପନ୍ତରିଆ ହୋଇ ଯାଇନାହିଁ ତ? ବା ଅଧିକାରିଙ୍କୁ ଏବିଷୟରେ ଅବଗତ ନାହଁ ତ ! ଏ ବିସୟରେ ବିଭାଗୀୟ ଯନ୍ତ୍ରୀ ବିନତି ମହାରଣାଙ୍କ ଯୋଗାଯୋଗ ହୋଇ ପାରିନାହିଁ, ତେବେ ଶୀଘ୍ର ଏହି ନଳକୂପର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରାଗଲେ ସ୍ଥାନୀୟ ଲୋକେ ପିଇବା ପାଣି ପାଇ ପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।

jittmm
Leave A Reply

Your email address will not be published.