
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉିଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ମାଟ୍ରିକ ରେଜଲ୍ଟ ବାହାରିବା ପରେ ଖୁସିର ଖୁସିର ଲହରୀ ଖେଳିଯାଇଛି । ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠର ଛାତ୍ରୀ ଲିଲିମା ପୃଷ୍ଟି ଏ-ୱାନ୍ ୫୫୫ ମାର୍କ, ସରବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ମଧୁସ୍ମିତା ରାଉତ ଏ-ୱାନ୍ ୫୫୫ ମାର୍କ ରଖି ବିଦ୍ୟାପୀଠ ଓ ଡେଲାଙ୍ଗ ବ୍ଲକ ପାଇଁ ଗୌରବ ଆଣିଛନ୍ତି । ତାଙ୍କ ପାଇଁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ସେହିପରି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଅଭିଜିତ ପରିଡା ଏ-ୱାନ୍ ୫୫୨ ମାର୍କ, ଶ୍ରୀମାନ ସ୍ୱାତ୍ତିକ,ଏ-ୱାନ୍ ୫୪୬ ମାର୍କ, ଏ-ୱାନ୍ ଆଣିଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାମନ୍ଦିର ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି । ସୋମନାଥ ଦେବ ହାଇସ୍କୁଲ ଛାତ୍ର ସମ୍ବିତ କୁମାର ସାହୁ ଏ-ୱାନ୍ , ୫୪୪ ମାର୍କ ରଖି ସ୍କୁଲ ଓ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଡେଲାଙ୍ଗ ବ୍ଲକର ୧୧୮୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୧୬୧ଜଣ ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଥିବା ବେଳେ ୧୨ ଜଣ ଫେଲ ଓ ୧୦ ଜଣ ଅନୁପସ୍ଥିତ ଥିବା ସୂଚନା ମିଳିଛି । ବ୍ଲକରେ ୫ଜଣ ଛାତ୍ରଛାତ୍ରୀ ଏ-ୱାନ୍, ୨୭ ଜଣ ଏ-ଟୁ, ୯୦ ଜଣ ବି-ୱାନ୍, ୨୦୨ ଜଣ ବି-ଟୁ, ୩୩୨ ଜଣ ସି, ୩୩୫ ଜଣ ଡି, ଏବଂ ୧୬୯ ଇ ଜଣ ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଥିବା ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।