ପନ୍ଦର ବର୍ଷର ନାବାଳିକାକୁ ବିବାହରୁ ରକ୍ଷା କଲା ଚାଇ‌ଲ୍ଡ ଲାଇନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ବୀଜେପୁର ପଞ୍ଚାୟତର ଏକ ଗ୍ରାମରେ ଚାଇଲ୍ଡ ଲାଇନ ପହଞ୍ଚି ପନ୍ଦର ବର୍ଷର ନାବାଳିକାର ବିବାହକୁ ବନ୍ଦ କରିଥିଲା । ନାବାଳିକାର ମାତା ପିତା ନାବାଳିକାର ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ କୌଣସି ଜଣେ ଭଦ୍ର ବ୍ୟକ୍ତି ୧୦୯୮ରେ କଲ୍‌ କରି ସୂଚନା ଦେଇଥିଲେ । ସୂଚନା ପାଇ ଚାଇଲ୍ଡ ଲାଇନର ସଦସ୍ୟ ଶିବାନନ୍ଦ ବେହେରା, ସୁପରଭାଇଯର ପୂର୍ଣ୍ଣିମା ବୈଠାରୁ ଓ ଜରାଶୀଙ୍ଗାର ଦୁଇ ଜଣ ଅଙ୍ଗନୱାଡି କର୍ମୀଙ୍କ ସହ ଉକ୍ତ ଗ୍ରାମକୁ ପହଁଚି ନାବାଳିକାର ପିତା ମାତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସେମାନେ ବୁଝାଇବାରେ ଅସଫଳ ହେବା ରୁ ଟିଟିଲାଗଡ ପୋଲିସକୁ ସୂଚନା ଦେଇଥିଲେ । ଟିଟିଲାଗଡ ପୋଲିସର ଏସ ଆଇ ମୋହିନୀ ମଲ୍ଲିକ ଓ ଏଏସ୍‌ଆଇ ଅକ୍ରୁର ପାତ୍ରଙ୍କ ସହ ଉକ୍ତ ଗ୍ରାମକୁ ପହଞ୍ଚି ସେମାନଙ୍କୁ ବାଲ୍ୟ ବିବାହ ବା ନାବାଳିକାକୁ ବିବାହ କରିବା ଦଣ୍ଡନୀୟ ଅପରାଧ ବୋଲି ବୁଝାଇ ଥିବାରୁ ଶେଷରେ ନାବାଳିକାର ମାତାପିତା ବିବାହ ନ କରିବାକୁ ମାନିଥିଲେ । ଏହା ପରେ ଟିଟିଲାଗଡ ପୋଲିସ ଓ ଚାଇଲ୍ଡ ଲାଇନର ଉପସ୍ଥିତି ରେ ନାବାଳିକାର ମାତାପିତା ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି ଯେ , ନାବାଳିକାକୁ ଅଠର ବର୍ଷ ହେବା ପୂର୍ବରୁ ବିବାହ କରି ବେ ନାହିଁ ।

Leave A Reply

Your email address will not be published.