centurian jitm

ରକ୍ଷଣା ବେକ୍ଷଣା ଅଭାବରୁ ନାଗଫେଣା ଗାଁର ଝରନ୍ ବାହାଲ ଝରଣା ପରିତ୍ୟକ୍ତ ଅବହେଳିତ ଚିରସ୍ରୋତା କୁଣ୍ଡର ପୁନରୁଦ୍ଧାର ଦାବୀ

nschool
  • ତିନି ଠାକୁରଙ୍କ ପ୍ରତିଚିହ୍ନ ଦଣ୍ଡାୟମାନ ପର୍ଯ୍ୟଟନ ସ୍ଥଳୀମାନ୍ୟତା ପାଈଁ ଦାବୀ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲାରେ ଅନେକ ଗୁଡ଼ିଏ ଏତିହାସିକ ପ୍ରସିଦ୍ଧ ପୀଠ ଦେଖିବାକୁ ମିଳେ, ସରକାରଙ୍କ ଅଣଦେଖା ହେଉ କି ସ୍ଥାନୀୟ ପ୍ରଶାସନଙ୍କ ଅବହେଳା ହେଉ ଯୋଉଥିପାଇଁ ଅନେକ ତୀର୍ଥ, ଅନେକ ସର୍ବ ପ୍ରାଚୀନ ପ୍ରକୃତିର ହାତେ ଗଢା ହୋଇ ତାହା ଲୋକ ଲୋଚନକୁ ଆସି ପାରୁନାହିଁ, ରକ୍ଷଣା ବେକ୍ଷଣ ଅଭାବ ହେଉ କି ଅଣ ଦେଖା ହେଉ ଯେଉଁଥି ପାଇଁ କି ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଂଚଳ ମାନକରେ ବିଭିନ୍ନ ଧାର୍ମିକ, ଐତିହାସିକ ପୀଠ ସବୁ ବିଲୋପ ହେବାରେ ଲାଗିଛି । ତାର ଜ୍ୱଳନ୍ତ ଉଦାହରଣ ଆମେ କହୁଛୁ, ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକ ବଡଡଲା ପଞ୍ଚାୟତ ନାଗଫେଣା ଗାଁର ଝରଣା ବା ଚିର ଶ୍ରୋତା କୁଣ୍ଡ । ଏହି ଝରନ୍ ବାହାଲର ଝରଣା ଶତ ବର୍ଷ ଉର୍ଦ୍ଧ ହେବ ଅନବରତ ପାଣି ବାହାରୁଚି, ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହା ତିନି ପିଢ଼ିରୁ ଉର୍ଦ୍ଧ ହେବ ଏହି ସ୍ଥାନରେ ପାଣି ବାହାରୁଛି, ତେବେ ପାଖରେ ଥିବା ପଥରରେ ତିନି ଠାକୁର ଅର୍ଥାତ ଜଗନ୍ନାଥ, ବଳଭଦ୍ର ସୁଭଦ୍ରାଙ୍କ ପ୍ରାଚୀନ ମୂର୍ତ୍ତି ମଧ୍ୟ ଦେଖିବାକୁ ମିଳେ, ଲୋକେ ଏହି ଝରଣା ଚିରସ୍ରୋତା କୁଣ୍ଡରୁ ପାଣି ମଧ୍ୟ ପିଇ ଥାଆନ୍ତି, ଗାଁର ଲୋକେ ପ୍ରାୟତଃ ଏହି କୁଣ୍ଡରୁ ପିଇବା ପାଣି ବ୍ୟବହାର କରନ୍ତି, ରବିବାର ଓ ସୋମବାର ଦିନ ସକାଳୁ ସକାଳୁ ଲୋକେ ସ୍ନାନ କରି ନିକଟସ୍ଥ ତୁଳସୀ ଚଉଁରାରେ ପାଣି ଢାଳିବା ସହ ପାଖରେ ଥିବା ଶିବ ମନ୍ଦିରକୁ ପାଣି ନେଇ ଜଳମହାଦେବଙ୍କ ଚରଣରେ ପାଣି ଢାଳି ପୂଜା ପାଠ କରନ୍ତି, ଏହି କୁଣ୍ଡରେ ଅନବରତ ପାଣି ବାହାରୁଥିବାରୁ ଆଖ ପାଖ ଅଂଚଳର ଲୋକେ ମଧ୍ୟ ବେଶ୍ ଖୁସି ଅନୁଭବ କରି ଦେଖିବାକୁ ଆସିଥାନ୍ତି, ଝର ଝର ଝରଣା ଭଳି ବାର ମାସ ପାଣି ବାହାରି ଥାଏ, ସ୍ଥାନୀୟ ଲୋକେ କହିବା ଅନୁସାରେ ଏହା ଠିକ ନୂଆପଡ଼ା ଜିଲ୍ଲାର ବୋଡ଼େନ ପାତାଳ ଗଙ୍ଗା ଭଳି ଦେଖାଯାଏ । ପାତାଳ ଗଙ୍ଗାକୁ ଯେଭଳି ସରକାର କିମ୍ବା ପ୍ରଶାସନ ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ତାର ରକ୍ଷଣା କରାଯାଇଛି ଓ ଲୋକଙ୍କ ଚିତ୍ତାକର୍ଷକ ହୋଈ ପାରିଛି କିମ୍ବା ଏକ ପର୍ଯ୍ୟଟନ ସ୍ଥଳୀ ହୋଈ ପାରିଛି ତଦୃପ ଏହି ଝରନ କୂପକୁ ମଧ୍ୟ ଠିକ୍ ରକ୍ଷଣା ବେକ୍ଷଣାକରିବା ସହିତ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦେବା ପାଈଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଶିବ ମନ୍ଦିର କମିଟି ପୂଜକ ପୁସ୍ତମ୍ ଧରୁଆ, ସେବକ ଚୌବନ୍ ଧରୁଆ ରାଜମନ୍ ସୁନା, ଅରୁଣ ଧରୂଆ , ଜଗନ୍ନାଥ ଧାରୁଆ, ଫକୀର ଧାରୂଆ, ବୀର ଧାରୁଆ, ଉଦ୍ଧବ ମାଝୀ, କୀର୍ତ୍ତନ ଭୋଇ, ରାଜମନ ସୁନା, ଡ଼ଗର୍ ବାଗ , ତ୍ରିନାଥ ଭୋଇ ପ୍ରମୁଖ ଦାବୀ କରିଛନ୍ତି । ଏବିଷୟରେ ତୁରେକେଲା ବିଡ଼ିଓ ପୂର୍ଣାନନ୍ଦ ପଟେଲକୁ ପଚାରିବାରୁ ସେହି ସ୍ଥାନକୁ ଯାଇ ଦେଖିଲା ପରେ ଯାହା ସରକାରୀ ନିୟମ ଅନୁସାରେ ତାର ବିକାଶକିମ୍ବା ପୁନଃ ରୁଧାର ହୋଇପାରିବ ତାହା କରାଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।

Leave A Reply

Your email address will not be published.