
ସୂଚନା ଓ ଲୋକସମ୍ପର୍କ ବିଭାଗ ନବ ନିଯୁକ୍ତ ନିର୍ଦ୍ଦେଶକଙ୍କୁ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଘର ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗରେ ଜଣେ ବିଶିଷ୍ଟ ସଂସ୍କୃତି ସମ୍ପନ୍ନ ବ୍ୟକ୍ତିତ୍ୱ ଦେବ ପ୍ରସାଦ ଦାଶ ନିଯୁକ୍ତ ହୋଇଥିବା ପରିପ୍ରେକ୍ଷୀରେ ଓଡିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଗଠନ ପକ୍ଷରୁ ଏକ ପ୍ରତିନିଧିଦଳ ବିଭାଗର ରାଜ୍ୟ କାର୍ଯ୍ୟାଳୟ ଠାରେ ସାକ୍ଷାତ କରି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ସହ ସମ୍ବର୍ଦ୍ଧିତ କରିଥିଲେ । ଆଲୋଚନା ସମୟରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଗୁଡିକର ଦୀର୍ଘ ଦିନ ଧରି ଅସମାହିତ ହୋଇ ରହିଥିବା ବିଭିନ୍ନ ସମସ୍ୟା ଗୁଡିକ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଥିଲା ଏବଂ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଅନୁରୋଧ କରାଯାଇଥିଲା । ସମ୍ବର୍ଦ୍ଧନା ଉତ୍ତରରେ ନିର୍ଦ୍ଦେଶକ ଶ୍ରୀ ଦାଶ ସକରାତ୍ମକ ଟିପ୍ପଣୀ ଦେବାସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ପ୍ରତିନିଧିଦଳରେ ସଂଗଠନର ଅଧ୍ୟକ୍ଷ ରବି ରଥ, କାର୍ଯ୍ୟକାରୀ ସଭାପତି ଡାକ୍ତର ଜୀବନାନନ୍ଦ ଦୀକ୍ଷିତ, ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଉପସଭାପତି ରମାକାନ୍ତ ପରିଜା, ସଂଗଠନ ସମ୍ପାଦକ ସ୍ୱଦେଶ ଚନ୍ଦ୍ର ଦାଶ, କାର୍ଯ୍ୟକାରୀ କମିଟି ସଦସ୍ୟ ମନୋଜ କୁମାର ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।