centurian jitm

ବଲାଙ୍ଗିର ସହରରେ ବଢୁଥିବା କ୍ରାଇମକୁ ନେଇ ଏସ୍‌ପିଙ୍କ ସହ ଆଲୋଚନା କଲେ ବିଧାୟକ କଳିକେଶ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବଢୁଥିବା କ୍ରାଇମକୁ ନେଇ ଏସ୍‌ପିଙ୍କ ସହ ଆଲୋଚନା କଲେ ବିଧାୟକ କଳିକେଶ । ଦିନକୁ ଦିନ ବଲାଙ୍ଗିର ସହରର ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସଦର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଏସ୍‌ପି ଅଭିଳାଷ ଜୀଙ୍କ ସହିତ ସାକ୍ଷାତ କରି ଆଲୋଚନା କରିଛନ୍ତି । ସହରରେ ନିଶା କାରବାର ଯୋଗୁଁ ଅନେକ ପ୍ରକାରର ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହାକୁ ରୋକ ଲଗାଇବା ପାଇଁ କଡା ପଦକ୍ଷେପ ନେବାକୁ ଏସ୍‌ପିଙ୍କ ସହ ଆଲୋଚନା କରିଥିଲେ କଳିକେଶ ନାରାୟଣ ସିଂହଦେଓ ।

Leave A Reply

Your email address will not be published.