csstore

ସର୍ବନିମ୍ନ ମଜୁରୀ ସୁନିଶ୍ଚିତ କରିବା ସ୍କିମ ୱାର୍କର ଆଶା, ଅଙ୍ଗନୱାଡି କର୍ମୀ, ପାଚିକାଙ୍କୁ ୱାର୍କର ମାନ୍ୟତା ଦାବିରେ ବଲାଙ୍ଗିର ଜିଲ୍ଲାପାଳ ଅଫିସ ଘେରାଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗୋୟଲ ଧର୍ମଶାଳା ଠାରେ ବଲାଙ୍ଗିର ଜିଲ୍ଲା ଏଆଇଟିୟୁସିର ଜିଲ୍ଲାପରିଷଦ ବୈଠକ ଜିଲ୍ଲା ସଭାପତି ସାଥୀ ତୀର୍ଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସାଧାରଣ ସଂପାଦକ ବିଜୟ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସର୍ବନିମ୍ନ ମଜୁରୀ ୨୬ ଜହାର ସୁନିଶ୍ଚିତ କରିବା ସମଗ୍ର ଦେଶରେ ଏକ ପ୍ରକାର ସର୍ବନିମ୍ନ ମଜୁରୀ ପ୍ରଚଳନ ସ୍କିମ ୱାର୍କର, ଆଶା, ଅଙ୍ଗନୱାଡି, ପାଚିକାଙ୍କ ୱାର୍କର ମାନ୍ୟତା ତଥା ଗ୍ରାମ ପଂଚାୟତ ମେହେନ୍ତର ଓ ରାତ୍ର ଜଗୁଆଳିଙ୍କୁ ଶ୍ରମିକ ମାନ୍ୟତ ପ୍ରମୁଖ ଦାବିରେ ମଇ ୫ ଦେଶବ୍ୟାପୀ ପ୍ରତିବାଦ ଦିବସ ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସଂଗଠିତ ହେବା । କେନ୍ଦ୍ର ସରକାର ୪୪ଟି ଶ୍ରମ ଆଇନକୁ ବାତିଲ କରି ୪ଟି ଶ୍ରମ କୋର୍ଡ ପ୍ରଚଳନ କରିବା ପାଇଁ ଉଦ୍ୟମ କରୁଛନ୍ତି । ଶ୍ରମିକମାନଙ୍କ ବିଭିନ୍ନ ସୁବିଧା ସୁଯୋଗ ଥିବା ୧୫୦ ବର୍ଷ ଧରି ଚାଲିଆସୁଥିବା ଆଇନକୁ ବାତିଲ କରି ବଡ ବଡ ପୁୁଞ୍ଜିପତିଙ୍କ ସ୍ୱାର୍ଥରେ ଶ୍ରମିକମାନଙ୍କ ଅଧିକାରକୁ ଖର୍ଚ୍ଚ କରିବା ବିରୁଦ୍ଧରେ ଏଆଇଟିୟୁସି ସମେତ ୧୦ ଗୋଟି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ତରଫରୁ ମଇ ୨୦ ଦେଶବ୍ୟାପୀ ଧର୍ମଘଟକୁ ବଲାଙ୍ଗିର ଜିଲ୍ଲାରେ ସଫଳତା ପାଇଁ ଆଜି ଅନୁଷ୍ଠିତ ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା ଆହ୍ୱାନ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ନିଖିଳ ଓଡିଶା ଆଶାକର୍ମୀ ସଂଘର ରାଜ୍ୟ ସାଧାରଣ ସଂପାଦିକା ନମିତା ସାହୁ, ସଂଯୁକ୍ତା ରାୟ, ପ୍ରଭାସିନୀ ରାୟ, ଲଳିତା ବାଗ, ମାଧବୀ ବେହେରା, ମଦନା ନାଏକ, ସୁବର୍ଣ୍ଣ ଡିଲା, କଲ୍ୟାଣୀ ସାହୁ, ମୁକ୍ତା ଉଦୁରକୁଲିଆ, ଦମୟନ୍ତୀ ମହାନନ୍ଦ, ସଞ୍ଜୁ ବାଗ, ସବିତା ବାଗ, ପାଚିକା ସହାୟିକା ସଂଘରୁ ମାଧବୀ କଲତା, ଧୃବ ବେହେରା, ଓଡିଶା ନିର୍ମାଣ ଶ୍ରମିକ ସଂଘରୁ ଗୋପାଳ ଭୋଇ, ଓଡିଶା ଫରେଷ୍ଟ ଉଡ୍‌ ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିୟନରୁ ପ୍ରବୀର କୁମାର କମ୍ପ, ଜଗବନ୍ଧୁ ବେହେରା, ପୁରୁଷୋତ୍ତମ କର୍ମୀ, ଦିଲ୍ଲୀପ ଭୋଇ, ଗ୍ରାମ ପଂଚାୟତ ଶ୍ରମିକ ସଂଘ ତରଫରୁ ବିଧୂର କୁମ୍ଭାର, ବିଦ୍ୟୁତ କର୍ମଚାରୀ ସଂଘରୁ ପି. ଦାମୋଦର ରାଓ ପ୍ରମୁଖ ନିଜର ମତାମତ ରଖିଥିଲେ । ଶେଷରେ ଜିଲ୍ଲା ଏଆଇଟିୟୁସି ସହ-ସଂପାଦକ ସାଏବୁ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.