
କୁଆଁରମୁଣ୍ଡା, (ସସ୍ମିତା ପ୍ରଧାନ) : କୁଆଁରମୁଣ୍ଡା ରୋହିଦାସ ସମାଜ ପକ୍ଷରୁ ଭାରତୀୟ ସମ୍ବିଧାନର ପ୍ରଣେତା, ଜ୍ଞାନର ପ୍ରତୀକ, ବିଶ୍ୱ ରତ୍ନ ବାବା ସାହେବ ଡଃ ଭିମ ରାଓ ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ପାଳନ କରାଗଲା । ଟିକରାଲ ମେହେରଙ୍କ ବାସ ଭାବନାରେ ଡ଼ ଭୀମ ରାଓ ଆମ୍ବେଦକର ଜୟନ୍ତୀ ପାଳନ ହୋଇଯାଇଛି । ବାବା ସାହେବଙ୍କ ପୂଜା ଆରଧନା ପରେ ସମ୍ବଲପୁରୀ ନାଚ ଗୀତ ପ୍ରତିଯୋଗିତା ହୋଇଥିଲା ପ୍ରଥମ ସ୍ଥାନ ଗୌରବ ମେହେର, ଦ୍ୱିତୀୟରେ ମାଧବୀ ମେହେର ତୃତୀୟରେ ରଶ୍ମିତା ମେହେର ଓ ସମସ୍ତଙ୍କୁ ସମ୍ମାନିତ କରାଯାଇଥିଲା ଓ ଟିକରାଳ ମେହେର ତରଫରୁ ଛୋଟ ଛୁଆ ମାନଙ୍କୁ ଖାତା ଓ କଲମ ବଣ୍ଟନ କରାଯାଇ ଥିଲା ସେ କହିଲେ ଆଜି ଶିଶୁ ହିଁ ବର୍ତ୍ତମାନ ଆମ ଦେଶର ଭବିଷ୍ୟତ ଓ ମୁଖ୍ୟ ଅତିଥି ଭାବେ ପ୍ରଶାନ୍ତ ମେହେର କହିଥିଲେ ବାବା ସାହେବ ଆମ ସମସ୍ତଙ୍କ ପାଇଁ ବହୁତ ସଂଘର୍ଷ କରିଥିଲେ ତାଙ୍କ ଦେଖାଇ ଥିବା ରାସ୍ତାରେ ଚାଲ ଓ ଶିକ୍ଷିତ ହୁଅ ଓ ସଂଘର୍ଷ କର କହିଥିଲେ । ଏହି ଅବସରରେ ମମତା ମେହେର, କିରଣ ମେହେର, ପ୍ରଶାନ୍ତ ମେହେ, ମାଳତୀ ମେହେର, ପ୍ରତାପ ମେହେର ଯୋଗ ଦେଇଥିଲେ ଓ ଶେଷରେ ମମତା ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।