centurian jitm

ଜୁନ୍ ୧୪ ଯାଏଁ ସମୁଦ୍ରରେ ମାଛଧରା ମନା

nschool

ପାରାଦୀପ : ଜୁନ୍ ୧୪ ଯାଏଁ ସମୁଦ୍ରରେ ମାଛଧରା ମନା । ମଙ୍ଗଳବାର ଠାରୁ ଓଡ଼ିଶା ଉପକୂଳ ସମୁଦ୍ରରେ ମାଛଧରା ନିଷେଧ କରାଯାଇଛି । ଜୁନ୍‌ ୧୪ ତାରିଖ ଯାଏଁ ଏହି କଟକଣାକୁ ବଳବତ୍ତର ରହିବା ନେଇ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଆଜିଠୁ ଦୁଇମାସ ପର୍ଯ୍ୟନ୍ତ ସମୁଦ୍ରକୁ ଯିବେ ନାହିଁ ମତ୍ସ୍ୟଜୀବୀ । ଏପ୍ରିଲ ୧୫ରୁ ଜୁନ ୧୪ ଯାଏଁ ମାଛଙ୍କ ଅଣ୍ଡାଦାନର ସମୟ ରହିଛି । ତେଣୁ ମତ୍ସ୍ୟ ସମ୍ପଦର ସୁରକ୍ଷା ଓ ମତ୍ସ୍ୟ ଉତ୍ପାଦନ ବୃଦ୍ଧିକୁ ଲକ୍ଷ୍ୟ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ୨୦୦୫ ମସିହା ଠାରୁ କେନ୍ଦ୍ର ସରକାର ଏହି ନିୟମ ଆରମ୍ଭ କରିଛନ୍ତି । ଏପ୍ରିଲ୍‌ ୧୫ରୁ ଜୁନ ୧୪ ଯାଏଁ ସମୁଦ୍ର ମଧ୍ୟକୁ ଯନ୍ତ୍ର ଚାଳିତ ଡଙ୍ଗା କିମ୍ବା ଟ୍ରଲର ମାଛ ଧରିବାକୁ ସମୁଦ୍ର ଭିତରେ ପ୍ରବେଶ କରିବେ ନାହିଁ । ଯାହାକୁ ନେଇ ଆଜିଠାରୁ ଏହି ନିୟମ ଲାଗୁ ହୋଇଛି ।

Leave A Reply

Your email address will not be published.