ଘୁନସରରେ ମଶାରୀ ବଣ୍ଟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମରେ ଆଜି ମାଗଣାରେ ଲୋକଙ୍କ ପାଇଁ ସରକାର ଯୋଗେଇ ଦେଇ ଥିବା ମଶାରୀକୁ ଆଜି ବିଭିନ୍ନ ଗ୍ରାମରେ ବଣ୍ଟନ କରାଯାଇଛି । ତେବେ ଏହି ଅବସରରେ ଘୁନସର ସରପଞ୍ଚ ଦ୍ରୋପଦି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଶାରୀ ବଣ୍ଟନ କରିଥିଲେ । ତେବେ ସରପଞ୍ଚ ଶ୍ରୀମତି ବେହେରା ଲୋକଙ୍କୁ ମଧ୍ୟ ସଚେତନତା କରିବା ସହ ପ୍ରତେକ ଦିନ ମାସ୍କ ଓ ସାନିଟାସିଜର ବ୍ୟବହାର କରନ୍ତୁ ଓ ସରକାରଙ୍କ ନିୟମକୁ ପାଳନ କରନ୍ତୁ ବୋଲି ଲୋକଙ୍କୁ ବୁଝାଇ ଥିଲେ । ଏଥିରେ ସୁଲଷ୍ମୀ ମହାଲିଙ୍ଗ, ବାସମତି କୁମ୍ଭାର, ବୃନ୍ଦାବନ ଭୋଇ, ଯାଜ୍ଞସିନି ମିଶ୍ର, ପଦ୍ମସିଲା କାଳସାଏ, ରୁକିଣି ସା, ଉର୍ମିଳା କଠାର, ଏଏନ୍‌ଏମ୍‌ସୁନିତା ମହାନନ୍ଦ, ଯାମିନି ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.