pr

ନିର୍ଝରିଣୀ ଆନୁକୂଲ୍ୟରେ ବୈଶାଖୀ ଆସର ଅନୁଷ୍ଠିତ

dr. purohit

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ସ୍ଥାନୀୟ ଗାୟତ୍ରୀ ଶକ୍ତି ପୀଠ ପରିସରରେ ବୈଶାଖୀ ଆସର ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷାଧୀଶ ଈଶ୍ୱର ଚନ୍ଦ୍ର ଖମାରୀ, ସମ୍ମାନିତ ଅତିଥି ଭାବରେ ଓକିଲ ସଂଘ ସଭାପତି ପ୍ରଫୁଲ୍ଲ କୁମାର ନାୟକ, ସମ୍ପାଦକ ମନୋଜ କୁମାର ଦାସ ଯୋଗ ଦେଇଥିଲେ । ସର୍ବ ପ୍ରଥମେ ଶ୍ରୀ ସାହୁଙ୍କ ଜନ୍ମ ଦିନ ହୋଇଥିବାରୁ ଏକସ୍ତରୀ ଗୋଟି ଦୀପ ଜଳେଇ ଗାୟତ୍ରୀ ମନ୍ତ୍ର ଓ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରାଯାଇଥିଲା । ମାଁ ଗାୟତ୍ରୀ ଦେବୀଙ୍କ ପୂଜା ପରେ ଉପସ୍ଥିତ ବ୍ୟକ୍ତି ବିଶେଷ ପୁଷ୍ପଗୁଚ୍ଛ, ଉପହାର ଓ ଉପଢୌକନ ପ୍ରଦାନ କରିଥିଲେ । ଅନୁଷ୍ଠାନର ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ସଭା ପରିଚାଳନା କରିଥିଲେ । ନବ ନିର୍ବାଚିତ ଓକିଲ ସଂଘର ସଭାପତି ଶ୍ରୀ ନାୟକ ଓ ସମ୍ପାଦକ ଶ୍ରୀ ଦାସଙ୍କୁ ଅନୁଷ୍ଠାନ ତରଫରୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀ ସାହୁଙ୍କ ଦ୍ଵାରା ଲିଖିତ ସକାଳ ପକ୍ଷୀର କାକଳି ଶିଶୁ କିଶୋର କବିତା ସଂକଳନକୁ ଅଧ୍ୟାପକ ବିନୟ କୁମାର ଦାଶ ଓ ଆଦର୍ଶ ଶିକ୍ଷକ ଡ.ନାରାୟଣ ମିଶ୍ର ସମୀକ୍ଷା କରିଥିଲେ । ଉପ ସଭାପତି ସୂର୍ଯ୍ୟକାନ୍ତ ରଣା ଧନ୍ୟବାଦ ଅର୍ପଣ କରିଥିଲେ । ସହ ସମ୍ପାଦିକା ଅଞ୍ଜଳି ମାଝୀ ଓ ମମତା ପଣ୍ଡାଙ୍କ ସଂଯୋଜନାରେ ବହୁଭାଷୀ କବିତା ପାଠ ହୋଇଥିଲା । ଏହି କବିତା ପାଠରେ କବି ନରେନ୍ଦ୍ର ସୁନା, କୁଞ୍ଜ ବିହାରୀ ବେହେରା, ଅନ୍ତର୍ଯ୍ୟାମୀ ବରିହା, ଦୟାନନ୍ଦ ବଛା, ରତୀନ୍ଦ୍ର ରାୟ,ରବି ନାରାୟଣ ତ୍ରିପାଠୀ, ବିନୋଦ ପୁଟେଲ, ଦୀପକ ମହାପାତ୍ର, ଅନନ୍ତ ଚରଣ ଖମାରୀ, ଡ. ମିଲି କର,ନିରୁପମା ମିଶ୍ର, ସୀମାରାଣୀ ଦାସ, ଦୀପା ନାୟକ, ଫକୀର ମୋହନ ଖମାରୀ, ଅମରକାନ୍ତ ବେହେରା, ବିକାଶ ନାଥ ଆଦି କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ନିଳେନ୍ଦୁ ବେହେରା, ଦାମୋଦର ସାହୁ, କୁଳଦୀପ ସାହୁ, ସୁଦୀପ୍ତ ସାହୁ, କୁଳମଣି ସାହୁ, ଶ୍ରୀକାନ୍ତ ବେହେରା ସାହାଯ୍ୟ କରିଥିଲେ ।

nrusinghnath
Leave A Reply

Your email address will not be published.