ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ : ସାରା ଦେଶରେ ପାଳନ ହେଉଛି ନେତାଜୀ ଜୟନ୍ତୀ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି ହେଉଛି ସ୍ୱାଧୀନତା ସଂଗ୍ରାମୀ ମହାନାୟକ ଭାରତ ମାଟିର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମତିିଥି । ସାରା ଦେଶ ଆଜି ‌ସ୍ମରଣ କରୁଛି ନେତାଜୀଙ୍କୁ । ୧୮୯୭ ମସିହା ଜାନୁଆରୀ ୨୩ରେ କଟକରେ ଜନ୍ମଗ୍ରହଣ କରିଥିବା ନେତାଜୀ ସୁବାଷଙ୍କ ଜୀବନର ଷୋହଳ ବର୍ଷ କାଳ ଓଡ଼ିଶାରେ କଟିଥିଲା । ରେଭେନ୍ସା କଲେଜିଏଟ୍ ସ୍କୁଲର ଛାତ୍ର ଥିଲେ ସୁବାଷ । କୋଲକାତାରେ ପ୍ରେସିଡେନ୍‌ସିରେ ପଢୁଥିବାବେଳେ ତାଙ୍କ ସଂଗ୍ରାମୀ ମାନସିକତାର ‌ସ୍ପ‌ଷ୍ଟ ପରିଚୟ ମିଳିଥିଲା ।

ଅନେକ ପ୍ରତିଭା ଓ ଅଦମ୍ୟ ସାହାସର ଅଧିକାରୀ ଥିଲେ ମହାନାୟକ ନେତାଜୀ । ଆଜାଦ୍ ହିନ୍ଦ୍ ଫୌଜ ଗଢି ଦିଲ୍ଲୀ ଚଲ୍ଲୋର ନାରା ଦେଇଥିବା ନେତାଜୀ ବିଦେଶରେ ରହି ସେ ଇଂରେଜ ଶାସନ ବିରୋଧରେ ସଂଗ୍ରାମ ଜାରି ରଖିଥିଲେ । ୧୮ ଅଗ‌ଷ୍ଟ ୧୯୪୫ରେ ଜାପାନ ଅଧୀନ‌ସ୍ଥ ତାଇ‌ୱାନରେ ଏକ ବିମାନ ଦୁର୍ଘଟଣାରେ ତା‌ଙ୍କ ଦେହାନ୍ତ ହୋଇଥିବା କୁହାଯାଏ ।

ନେତାଜୀଙ୍କ ୧୨୫ ତମ ଜୟନ୍ତୀ ଅବସରରେ ଆଜି ପାଳିତ ହେଉଛି ସାରା ଦେଶରେ ପରାକ୍ରମ ଦିବସ । ଆଜି ଜ‌ନ୍ମତିଥିରେ ତା‌ଙ୍କୁ ସଲାମ୍‌ ଜଣାଉଛି ଭାରତ ମାଟି ।

Leave A Reply

Your email address will not be published.