csstore

ଟିଟିଲାଗଡ଼ କିରାନା ଆସୋସିଏସନର ସଦସ୍ୟ ପୌରଅଧ୍ୟକ୍ଷା ଓ ନିର୍ବାହୀ ଯନ୍ତ୍ରୀଙ୍କୁ ମାଗିଲେ ସମୟ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ କାଲି ଟିଟିଲାଗଡ଼ ପୌର ପରିଷଦର ନିର୍ବାହୀ ଅଧିକାରୀ ଓ କର୍ମଚାରୀମାନେ ସହରର ବିଭିନ୍ନ ସ୍ଥାନରେ ପାଣି ପାଉଚ ବିକ୍ରି କରୁଥିବା ଦୋକାନୀ ତଥା ହୋଲସେଲର୍‌ଙ୍କ ଗୋଦାମରେ ଚଢାଉ କରି ଶହ ଶହ ବସ୍ତା ପାଣି ପାଉଚ ଜବତ କରି ଜୋରିମାନା ପକାଇଥିଲେ । ଏହାକୁ ନେଇ କିରାନା ଆସୋସିଏସନର ସଭାପତି ପ୍ରଭାକର ସରାଫ ଓ ଅନ୍ୟାନ୍ୟ ସଦସ୍ୟମାନେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ମମତା ଦେବୀ ଜୈନ ଓ ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀଙ୍କୁ ଭେଟି ପୂର୍ବରୁ ଗଚ୍ଛିତ ଥିବା ପୋଲିଥିନକୁ ଦୋକାନରୁ ବାହାର କରିବା ତଥା ଯେ କୌଣସି ପ୍ରକାରରେ ଆଉ ଦୋକାନରେ ପଲିଥିନ ନରଖିବା ପାଇଁ କିଛି ସମୟ ଦିଆଯାଉ, ତାପରେ ଯିଏ ଆଇନ ଉଲଂଘନ କରିବ ତା’ଉପରେ ଚଢାଉ ଜାରି ରଖିବେ ଏବଂ ଜୋରିମାନା ପକାଇବେ ବୋଲି କହିଥିଲେ । ଯେହେତୁ ସବୁ ଦୋକାନୀ ପୌର ପରିଷଦ ପକ୍ଷରୁ କରାଯାଇଥିବା ଘୋଷଣା ଶୁଣି ନଥିଲେ ତାକୁ ଆଧାର କରି ପ୍ରଥମେ କିଛି ଦିନ ସମୟ ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ । କିଛି ଦିନର ମହଲତ ମାଗିବା ସହ ପଲିଥିନ ମୁକ୍ତ ସହର ଗଠନରେ ଆମେ ବି ସହଯୋଗ କରିବୁ ତଥା ସରକାରଙ୍କ ଅନୁମୋଦନ ପ୍ରାପ୍ତ ପଲିଥିନ ବ୍ୟବହାର କରିବୁ ବୋଲି ସଭାପତି ଶ୍ରୀ ସରାଫ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.