centurian jitm

ନବପ୍ରଭାତ ବିଦ୍ୟାୟତନର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜବୋରାସମ୍ବର ବ୍ଲକ ଅନ୍ତର୍ଗତ ନବପ୍ରଭାତ ବିଦ୍ୟାୟତନ ନୂଆପାଲି ଠାରେ ବିଦ୍ୟୟତନର ସପ୍ତମ ବାର୍ଷିକ ଉତ୍ସବ ଅତ୍ୟନ୍ତ ଭବ୍ୟତାର ସହ ଅନୁଷ୍ଠିତ ହୋଇଯାଇଛି । ନବପ୍ରଭାତ ବିଦ୍ୟାୟତନ ୨୦୧୮ ମସିହାରେ ହିନ୍ଦୁ ନବବର୍ଷ ଦିନ ସ୍ଥାପିତ ହୋଇଥିଲା । ତେଣୁ ସେହି ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ଏହି ଦିନରେ ହିଁ ବାର୍ଷିକ ଉତ୍ସବ ପାଳନ କରାଯାଏ । ସନ୍ଧ୍ୟା ପାଞ୍ଚଟା ରୁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବୈଦିକ ଯଜ୍ଞ ପୂର୍ବକ ବାର୍ଷିକ ଉତ୍ସବକୁ ଆରମ୍ଭ କରାଯାଇଥିଲା । ପରେ ଉତ୍ସବ ସ୍ଥଳକୁ ଅତିଥି ମାନଙ୍କୁ ଶଙ୍ଖ, ଘଣ୍ଟ ଓ ମନ୍ତ୍ର ଧ୍ୱନି ତଥା ପୁଷ୍ପାର୍ପଣ ସହିତ ସ୍ୱାଗତ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଟେକଚାନ୍ଦ ଦୁଆନ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୋହେଲା ଡ଼ିଗ୍ରୀ ମହା ବିଦ୍ୟାଳୟ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଅଜିତ ଶତପଥି ବରିଷ୍ଠ ଆଇନଜିବୀ, ସମ୍ମାନୀତ ଅତିଥି ତେଜରାଜ ସାହୁ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ନବପ୍ରଭାତ ଚାରିଟେବଲ ଟ୍ରଷ୍ଟର ଅଧ୍ୟକ୍ଷ ଆଚାର୍ଯ୍ୟ ଭଗବାନ ଦେବ, ନବପ୍ରଭାତ ବୈଦିକ ବିଦ୍ୟାପୀଠର ପ୍ରଧାନ ଆଚାର୍ଯ୍ୟ ବୃହସ୍ପତି ଶାସ୍ତ୍ରୀ, ପ୍ରେମପ୍ରକାଶ ଶାସ୍ତ୍ରୀ, ପୁରନ୍ଦର ଶାସ୍ତ୍ରୀ, ଭାରତୀ ନନ୍ଦନ ବନ୍ଧୁ ଏବଂ ମହୀପାଳ ସ୍ୱାଇଁ ଯୋଗ ଦେଇଥିଲେ । ଏହି ଅବସରରେ ୨୦୨୪-୨୦୨୫ ଶିକ୍ଷା ବର୍ଷରେ ପ୍ରତ୍ୟକ ଶ୍ରେଣୀରେ ସର୍ବୋତ୍ତମ ସ୍ଥାନ ଅଧିକୃତ କରିଥିବା କୃତି ଛାତ୍ରଛାତ୍ରୀ ତଥା ସର୍ବାଧିକ ଉପସ୍ଥାନ ଥିବା ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଛାତ୍ରଛାତ୍ରୀ ମାନେ ତାଙ୍କର ଭବ୍ୟ କଳା ପ୍ରଦର୍ଶନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ମହାପାତ୍ର ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷୟିତ୍ରୀ କୁମାରୀ ସ୍ମୃତିଶିଖା ପ୍ରଧାନ ଏବଂ ସୁଧାରାଣୀ ଦୋରା ମଞ୍ଚ ପରିଚାଳନା କରିଥିଲେ । ଦୀପକ କୁମାର ଭୋଇଙ୍କ ରଚିତ ଏବଂ ମାଧବସିଂ ବରିହାଙ୍କ ନିର୍ଦ୍ଧେଶିତ ନାଟିକା ‘ଅନ୍ଧୀ ଜନତା ନିଷ୍ଠୁର ନେତା ‘ ପ୍ରଦର୍ଶିତ ହୋଇଥିଲା । ବିଦ୍ୟାଳୟର ଶିକ୍ଷକ ତଥା ଶିକ୍ଷୟିତ୍ରୀ ହେମନ୍ତ ସାହୁ , ପ୍ରବୀଣ କୁମାର ଦେବତା, ଦୁଷ୍ମନ୍ତ ପଧାନ, ନେତ୍ରାନନ୍ଦ ମହାପାତ୍ର, ପ୍ରବୀଣା ବରାଲ, ରଶ୍ମିତା ପଣ୍ଡା, ସୋନାଲି ମେହେର, ସୁନିତା ସାହୁ, ବର୍ଷା ଭୋଇ, ବିଜୟିନୀ ବିଶ୍ୱାଳ , ଲକ୍ଷ୍ମୀକାନ୍ତି ଭୋଇ, ରଶ୍ମିରେଖା ଥାପା, ସେବତୀ ସାହୁ, ଜାଜ୍ଞସେନି ସାହୁ, ରତ୍ନା ନାୟକ, ସଜ୍ଞା ବେହେରା, ଶ୍ରେୟା ପୂଜାରୀ,ଏବଂ ଇଲାବତୀ ସାହୁ କାର୍ଯ୍ୟକ୍ରମୟରେ ସହଯୋଗ ପ୍ରଦାନ କରିଥିଲେ । ଦେବାଶିଷ ନାୟକ କାର୍ଯ୍ୟକ୍ରମ ସଂଚାଳନର ଦାୟିତ୍ୱ ବହନ କରିଥିବା ବେଳେ ପୂର୍ବତନ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ତଥା ଅବିଭାବକ ଗଣ ମଧ୍ୟ ସହଯୋଗ ପ୍ରଦାନ କରିଥିଲେ । ପରିଶେଷରେ ବିଦ୍ୟାଳୟର ପରିଚାଳକ ନିର୍ଦ୍ଦେଶକ ରବି ଶଙ୍କର ପଧାନ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ଶେଷ କରିଥିଲେ ।

Leave A Reply

Your email address will not be published.