oom

ପାଇକମାଲରେ ବ୍ଲକ ସ୍ତରୀୟ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ

jsmm

ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ହାଇସ୍କୁଲ ପଡିଆ ଠାରେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭର୍ଚୁଆଲ ମାଧ୍ୟମରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଉଦଘାଟନ ଉତ୍ସବ ଅବସରରେ ପାଇକମାଳ ବ୍ଲକର ୧୩୧ ଜଣ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଏଥି ପାଇଁ ୧୩୯ ଜଣ ରେଜିଷ୍ଟେସନ କରିଛନ୍ତି । ଏହି ବଣ୍ଟନ ଉତ୍ସବରେ ପାଇକମାଲ ବ୍ଲକ ବିଡିଓ ପ୍ରଫୁଲ୍ଲ କୁମାର ଓଦୁ ସଭାପତିତ୍ୱରେ ଅତିଥି ଭାବେ ସାଂସଦ ପ୍ରତିନିଧି ଭାବେ କୈଳାଶ ଦିଶ୍ରୀ, ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ ଯୋଗଦେଇ ଉପସ୍ଥିତ ରହି କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ବ୍ଲକ ଏକ୍ସପ୍ରେଏସନ ପୋଗ୍ରାମ ଅଧିକାରୀ ମଧୁସ୍ମିତା ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.