ମମିଆଁ ଗାଁରେ ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ : ଉଦଘାଟନୀ ମ୍ୟାଚ୍‌ରେ କୁରସୁଡ ଓ ମାଲପଡା ଦଳ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ପଂଚାୟତର ମମିଆଁ ଗ୍ରାମରେ ଆଜି ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଝଲପ ପଂଚାୟତ ସରପଂଚ ପ୍ରତିନିଧି ଗଣ୍ଡାରାମ ବେହେରା ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହିତ ଖେଲାଲି ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମ ଦିବସର ପ୍ରଥମ ରାଉଣ୍ଡରେ ଜାମଖୁଣ୍ଟା ଓ କୁରସୁଡ ଦଳ ମଧ୍ୟରେ ମ୍ୟାଚ୍‌ ହୋଇଥିବା ବେଲେ କୁରସୁଡ ବିଜୟୀ ହୋଇଥିଲା । ଦ୍ୱିତୀୟ ରାଉଣ୍ଡରେ ଝଲପ ଓ ମାଲପଡା ଦଳ ମଧ୍ୟରେ ମ୍ୟାଚ୍‌ ହୋଇଥିବା ବେଲେ ଏଥିରେ ମାଳପଡା ବିଜୟୀ ହୋଇଥିଲା । ରେଫରୀ ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଲେ ଲାଇନରେ ଦୁଷ୍ମନ୍ତ ବେହେରା, ବୁଲୁ ମାଝୀ, ମନୁ ମାଝୀ ସହଯୋଗ କରିଥିଲେ । ମମିଆଁ ଗାଁର ବୈବ ମଙ୍ଗରାଜ ଧାରାବିବରଣୀ ପ୍ରଦାନ କରିଥିଲେ । ଏଥିରେ ଆୟୋଜକ କମିଟୀର ଛବି ବେହେରା, ଅକ୍ଷ ବେହେରା, ଚିନ୍ତା ବେହେରା, କେଶବ ବେହେରା, ଘାଟୁ ଭୋଇ, ଝସକେତନ ଭୋଇ, ଇଶ୍ୱର ଭୋଇ, ବୁଟୁ ଭୋଇ, ବିରେନ୍‌ ବେହେରା, ମତିରାମ ବେହେରାଙ୍କ ସମେତ କ୍ଲବର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ଆସନ୍ତା ୩୦ ତାରିଖ ଦିନ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟୀ ସୂତ୍ରରୁ ଜଣାପଡିଛି ।

Leave A Reply

Your email address will not be published.