centurian jitm

ମାକ୍ରୀପଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡ଼ା ପଞ୍ଚାୟତ ମାକ୍ରୀପଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶୁଭେନ୍ଦୁ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀ ମୁଖ୍ୟଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରତି ଆଗ୍ରହ ବଢାଇବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ । କର୍ଲା ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀମନ୍ତ କୁମାର ନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତରେ ଜାତୀୟ ସ୍ୱାର୍ଥରେ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ଆହ୍ୱାନ ଦେଇଥିଲେ । ଲେବଡ଼ା ପଞ୍ଚାୟତ ସରପଞ୍ଚ ଦମୟନ୍ତୀ ହାତୀ ବିଦ୍ୟାଳୟର ଉଚ୍ଚ ପ୍ରଶଂସା କରିବା ସହ ବିଦ୍ୟାଳୟର ଉନ୍ନତି ପ୍ରତି ସେ ସର୍ବଦା ପ୍ରସ୍ତୁତ ଥିବା ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ବିଦ୍ୟାଳୟର ଗଣିତ ଶିକ୍ଷକ ପ୍ରମୋଦ କୁମାର ଜେନା ବାର୍ଷିକ ବିବରଣୀ ପଠନ କରିବା ସହ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ସରପଞ୍ଚ ଶ୍ରୀମତୀ ହାତୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପଢିହାରୀ ବିଦ୍ୟାଳୟର କିଚେନ ଗାର୍ଡେନର ଶୁଭ ଉଦଘାଟନ କରିଥିଲେ । ଗତ ମାଟ୍ରିକ ପରୀକ୍ଷା ୨୦୨୩-୨୪ରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ଭାରତୀ ରତେଇଙ୍କୁ ସମ୍ମାନିତ କରାଯିବା ସହ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥିମାନେ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ପୁରାତନ ଛାତ୍ର ଭୁଲେଶ୍ୱର ଛତର ବାର୍ଷିକ ଉତ୍ସବର ସଭା ପରିଚାଳନା କରିଥିଲେ । ସମ୍ମାନିତ ଅତିଥି ରୂପେ ଲେବଡ଼ା ପଞ୍ଚାୟତର ସମିତି ସଭ୍ୟ ଦୁଷ୍ମନ୍ତ ନାଗ, ନାଏବ ସରପଞ୍ଚ ଚନ୍ଦ୍ରମଣି ବଗର୍ତ୍ତୀ, ୱାର୍ଡମେମ୍ବର ଅଶୋକ ଭରାସଗରିଆ, ଶମ୍ଭୁ ବଗର୍ତ୍ତୀ, ଫୁଗନେ ଭୋଇ, ଲେବଡ଼ା କ୍ଲଷ୍ଟର ସିଆରସିସି ପଦ୍ମଲୋଚନ ତାଣ୍ଡି ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କେଶର ରଣା ଯୋଗଦେଇଥିଲେ । ବାର୍ଷିକ ଉତ୍ସବରେ ବିଦ୍ୟାଳୟର ସହକାରୀ ଶିକ୍ଷକ କାର୍ତ୍ତିକ ସାହୁ, ପ୍ରମୋଦ କୁମାର ଜେନା, ମଣ୍ଟୁ ପୁଝାରୀ, ଲୟଧର ରଣା, ସିକୁ ପଟେଲ, ସୁନୀଲ କୁମାର ଅଗସ୍ତି, ଶିକ୍ଷୟିତ୍ରୀ ଅଞ୍ଜଳି ଯାନୀ, ଘନକେଶି ଭୋଇ, ଜୁଲି ନାଏକ, ତିଲଚମ୍ପା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.