
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଥମେ ନାଲି ଆଖି ପରେ ସଲା ସୁତରା କନିଷି ଅଞ୍ଚଳ ପରେ ବ୍ରହ୍ମପୁର ସବରେଜିଷ୍ଟର କାର୍ଯ୍ୟାଳୟରେ ମାତିଛନ୍ତି ଦଲାଲ୍ । ନକଲି ଲିଗାଲହେର ଜରିଆରେ ଜମି କିଣା ବିକା କରିବାଲାଗି ପ୍ରୟାସ କରୁଥିବା କିଛି ଦଲାଲକୁ ସବ ରେଜିଷ୍ଟର ଚିହ୍ନଟ କରି ଟାଉନ ଥାନା ପୋଲିସର ଜିମା ଦେଇଥିବା ବେଳେ ପୋଲିସ କିନ୍ତୁ ଥାନାକୁ ଆଣି ଛାଡି ଦେଇଥିବା ଜଣା ପଡିଛି । ତେବେ କେଉଁ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଖସାଇଦେଲା ତାହା ଜଣା ପଡି ନଥିବା ବେଳେ ଖବର ସାଧାରଣରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ଏ ନେଇ ବ୍ରହ୍ମପୁର ଟାଉନ ଥାନାରେ କୌଣସି ଲିଖିତ ଅଭିଯୋଗ ନ ହେବା ଯୋଗୁଁ ଉକ୍ତ ବ୍ୟକ୍ତିଙ୍କୁ ପୋଲିସ ଛାଡିଥିବା ସୁଚନା ଦେଇଛି । ଏଠି ପ୍ରଶ୍ନ ଉଠୁଛି ଜଦି ନକଲି ଲିଗାଲହେର ଜରିଆରେ ଜମି କିଣା ବିକା ହେବା ଖବର ସବ ରେଜିଷ୍ଟର ଜାଣିବାକୁ ପାଇ ପୋଲିସକୁ ଖବର ଦେଲେ ହେଲେ ମାମଲା ରୁଜୁ କଲେ ନାହିଁ କାହିକି । ଦିର୍ଘ ସମୟ ପରେ ଅଭିଯୁକ୍ତ ମାନେ କଣ ସ୍ପଷ୍ଟିକରଣ ଦେଇଥିଲେ । ପରିବାର ଲୋକଙ୍କ ସହମତିରେ ଜଦି ଜମି କିଣା ବିକା ହେଉଥିଲା ତାହା ହେଲେ ନକଲି ମହିଳାକୁ ଛିଡା କରି ବିକ୍ରୀ କରିବାର ଉଦ୍ଦେଶ୍ୟ କଣଥିଲା । ସେପଟେ ଘଟଣାକୁ ୪୮ଘଣ୍ଟାରୁ ଅଧିକ ସମୟ ବିତିବାକୁ ବସିଥିବା ବେଳେ ଘଟଣାକୁ ଚାପି ଦେବାକୁ ପ୍ରୟାସ ହେଉଥିବା ବିଶେଷ ସୁତ୍ରରୁ ସୁଚନା ମିଳିଛି । ସବ ରେଜିଷ୍ଟରଙ୍କ କୋହଳ ମନୋବୃତ୍ତି ଓ ପୋଲିସର ଢିଲା କାର୍ଯ୍ୟନୁଷ୍ଠାନ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି, ଏଣେ ପ୍ରଶାସନ ସ୍ୱଚ୍ଛତା ଉପରକୁ ଆଙ୍ଗୁଳି ଉଠାଇଛି ।