ଚାରି ମାସ ହେଲା ସୁରକ୍ଷାକର୍ମୀଙ୍କୁ ଦରମା ବନ୍ଦ

କେସିଙ୍ଗା, (ପ୍ରୀତେଶ ପଟେଲ) : ଗତ କିଛି ମାସ ପୂର୍ବେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ତରଫରୁ ଜିଲ୍ଲାର ସମସ୍ତ ସରକାରୀ ଚିକିତ୍ସା କେନ୍ଦ୍ରରେ ସୁରକ୍ଷା କର୍ମୀ ଯୋଗାଇବା ପାଇଁ ଟେଣ୍ଡର ହୋଇଥିଲା । ଏହି ଟେଣ୍ଡର ଜରିଆରେ ଭୁବନେଶ୍ଵରର କେଆର ସିକୁରିଟୀ ନାମକ ଏକ ବେସରକାରୀ ଘରୋଇ ସଂସ୍ଥା ଟେଣ୍ଡର ନେଇ ଜିଲ୍ଲାର ବିଭିନ୍ନ ଚିକିତ୍ସାଲୟରେ ସୁରକ୍ଷା କର୍ମୀ ନିୟୋଜିତ କରିଛି । ହେଲେ ମାତ୍ର କିଛି ମାସର କାର୍ଯ୍ୟ ଭିତରେ ଗତ ୪ ମାସ ହେଲା ନିଯୁକ୍ତି ପାଇଥିବା ସୁରକ୍ଷାକର୍ମୀମାନେ ଦରମା ପାଇନଥିବା ଅଭିଯୋଗ ହେଉଛି । ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ ତୁଲାଇ ଆସୁଥିବା ସୁରକ୍ଷା କର୍ମୀ ଅଭାବ ଅନଟନ ମଧ୍ୟରେ ନିଜ ପରିବାର ପ୍ରତିପୋଷଣ କରୁଥିବା ବେଳେ ଦରମା ଦେବା ପାଇଁ କହିଲେ ଚାକିରିରୁ ବାହାର କରିଦେବାର ଧମକ ମଧ୍ୟ ମିଳୁଥିବା ଅଭିଯୋଗ ହେଉଛି । ନିଯୁକ୍ତି ସମୟରେ ନିଯୁକ୍ତି ଦେବା ପାଇଁ ଦଲାଲ୍ ମାଧ୍ୟମରେ ସମସ୍ତଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ନିଯୁକ୍ତି ଦେଇଥିବା ମଧ୍ୟ ଚର୍ଚା ହେଉଥିବା ବେଳେ ସୁରକ୍ଷା କର୍ମୀମାନଙ୍କୁ ୪ ମାସ ହେଲା ଦରମା ଦେଇ ପାରୁନଥିବା ବେଳେ ଇପିଏଫ୍, ସୁରକ୍ଷା ଉପଯୋଗୀ ସାମଗ୍ରୀ ଯୋଗାଇବାରେ ମଧ୍ୟ ବିଫଳ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଜିଲ୍ଲା ପ୍ରଶାସନ କାହିଁକି ଚୁପ୍ ବସିଛି ତାହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ଜିଲ୍ଲା ପ୍ରଶାସନ ଏହି ଘଟଣା ଉପରେ ତୁରନ୍ତ ହସ୍ତକ୍ଷେପ କରି ସୁରକ୍ଷା କର୍ମୀମାନଙ୍କୁ ନ୍ୟାୟ ପ୍ରଦାନ କରିବାରେ ସଫଳ ହେବେ ବୋଲି ସୁରକ୍ଷା କର୍ମୀମାନେ ଆଶା ବାନ୍ଧି ବସିଛନ୍ତି । ତେବେ ଉକ୍ତ ଘରୋଇ ସଂସ୍ଥା କେବେ ଏମାନଙ୍କ ବକେୟା ଟଙ୍କା ପ୍ରଦାନ କରିବ ତାହା ଦେଖିବାକୁ ବାକି ରହିଲା ।

jittmm
Leave A Reply

Your email address will not be published.