csstore

ବୁଥ ସ୍ତରୀୟ ଏଜେଣ୍ଟ ନିଯୁକ୍ତି ଓ ସେମାନଙ୍କର ଭୂମିକା ସମ୍ପର୍କିତ ବୈଠକ ଅନୁଷ୍ଠିତ

  • ବିଭିନ୍ନ ରାଜନୈତିକ ଦଳ ସହିତ ଅତିରିକ୍ତ ଜିଲ୍ଲାପାଳଙ୍କ ଆଲୋଚନା

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ବିଭିନ୍ନ ରାଜନୈତିକ ଦଳ ସହିତ ବୁଥ ସ୍ତରୀୟ ଏଜେଣ୍ଟ ନିଯୁକ୍ତି ଏବଂ ସେମାନଙ୍କର ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ବିଜେପି ଦଳ ତରଫରୁ ବୀର କିଶୋର ପଟ୍ଟନାୟକ, ଆଇ ଏନ ସି ତରଫରୁ ଶାନ୍ତନୁ କୁମାର ପାଲ, ଅଶୋକ କୁମାର ଗିରି, ଆମ ଆଦମୀ ପାର୍ଟି ତରଫରୁ ଶଙ୍କର୍ଷଣ ମିଶ୍ର, ବି.ଜେ.ଡି. ତରଫରୁ ଗଦାଧର ବେହେରା ଓ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ଏମ ) ତରଫରୁ ଜି. କେ. ଗୋସ୍ୱାମୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଆଲୋଚନା ମାଧ୍ୟମରେ ଅତିରିକ୍ତ ଜିଲ୍ଲାପାଳ ବୁଥ ସ୍ତରୀୟ ଏଜେଣ୍ଟ ନିଯୁକ୍ତି ପ୍ରକ୍ରିୟା ତଥା ସେମାନଙ୍କର ଭୂମିକା ସମ୍ପର୍କରେ ରାଜନୈତିକ ଦଳ ପ୍ରତିନିଧି ମାନଙ୍କୁ ବିଶଦ ଭାବେ ଅବଗତ କରାଇଥିଲେ । ଏବଂ ଆଗାମୀ ସମୟରେ ପ୍ରକାଶିତ ହେବାକୁ ଥିବା ଭୋଟର ତାଲିକାକୁ ନିର୍ଭୁଲ ତଥା ତ୍ରୁଟି ଶୁନ୍ୟ କରିବା ପାଇଁ ଚଳିତ ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା ଏଜେଣ୍ଟ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ସମସ୍ତ ରାଜନୈତିକ ଦଳମାନଙ୍କ ସହଯୋଗ କାମନା କରିଥିଲେ । ଉକ୍ତ ବୈଠକରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.