oom

ବଲାଙ୍ଗିର ଜିଲ୍ଲା କୁମ୍ଭାର ମହାସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନ ସଭାଗୃହ ଠାରେ ବଲାଙ୍ଗିର ଜିଲ୍ଲା କୁମ୍ଭାର ମହାସଂଘର ନୂତନ କର୍ମକର୍ତ୍ତା ଆସନ୍ତା ୫ ବର୍ଷ ପାଇଁ ନିର୍ବାଚିତ ହୋଇ ଶପଥ ଗ୍ରହଣ କରିଛନ୍ତି । ନୂତନ ସଭାପତି ଅକ୍ଷୟ କୁମାର ରଣା, ସମ୍ପାଦକ ଅନିଲ ରଣା, ସହ-ସଂପାଦକ ଅନାଦି ରଣା, କୋଷାଧ୍ୟକ୍ଷ ନୃପରାଜ ରଣା, ମିଡିଆ ସେଲ କୋଡିନେଟର ପ୍ରମୋଦ ରଣା, ଉପଖଣ୍ଡ ସଭାପତି ବରୁଣ ରଣା (ବଲାଙ୍ଗିର), ସତ୍ୟନାରାୟଣ ରଣା (ପାଟଣାଗଡ), କୃଷ୍ଣଚନ୍ଦ୍ର ରଣା (ଟିଟିଲାଗଡ) ତଥା ଉପଦେଷ୍ଟା ମଣ୍ଡଳି ବରୁଣ ରଣା, ଭିକାରୀ ଚରଣ ରଣା, ଅରୁଣ ରଣା, ରଘୁରାଜ ରଣା, ଚକ୍ରପାଣି ରଣା, ଶଶିଭୂଷଣ ରଣା ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ଶେଷରେ ଅନିଲ ରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ପଶ୍ଚିମ ଓଡିଶା କୁମ୍ଭାର ମହାସଂଘର ସଭାପତି ସୁଶିଲ ରଣା ତଥା ସଂପାଦକ ବିଶ୍ୱନାଥ ରଣା ନିର୍ବାଚନ ଅଧିକାରୀ ଭାବେ ନୂତନ କର୍ମକର୍ତ୍ତାଙ୍କୁ ଶପଥ ଗ୍ରହଣ କରାଇଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକର କର୍ମକର୍ତ୍ତା ସଭାପତି ସଂପାଦକଙ୍କ ସମେତ ସମାଜର ଅନେକ ବ୍ୟକ୍ତି ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.