centurian jitm

ବୟୋଜ୍ୟେଷ୍ଠ ନାଗରିକ ଆବାସକୁ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବଙ୍କ ପରିଦର୍ଶନ

ଦେଓଗାଁ, (ମନୀଷ କୁମାର ସାହୁ) : ଓଡ଼ିଶା ପ୍ରଶାସନିକ ସେବା ତଥା ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବ ଭାସ୍କର ରାଇତୋ ଦେଓଗାଁ ବ୍ଲକ ଅଧିନସ୍ଥ ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାର ଦ୍ଵାରା ପରିଚାଳିତ ବୟୋଜ୍ୟେଷ୍ଠ ନାଗରିକ ଆବାସକୁ ଆକସ୍ମିକ ପରିଦର୍ଶନ କରିଥିଲେ । ସମସ୍ୟାର ଅନ୍ତେବାସୀମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବଲାଙ୍ଗିର ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ୍ ହୋତା, ଅମିତ୍ ନାଏକ ବିଭାଗୀୟ କାର୍ଯ୍ୟାଳୟକୁ ଆସିଥିଲେ । ଆବାସ କାର୍ଯ୍ୟନିର୍ବାହୀ କର୍ମୀ ଶିବ ପ୍ରସାଦ ସାହୁଙ୍କ ସହ ତଥ୍ୟ ପଚାରି ବୁଝିଥିଲେ । ଆଶ୍ରମର ଡ଼ା. ସୁଧାଂଶୁ ମେହେର, ରମାକାନ୍ତ ସାହୁ, ସଞ୍ଜୁ ବିଶ୍ଵାଳ, ଚତୁର୍ଭୁଜ ଭୋଇ, ବିରାଟ ଶାମଲ, ମୁକେଶ ବାଗଙ୍କ ସହ ସମସ୍ତ କର୍ମଚାରୀ ଯୋଗଦେଇଥିଲେ ।

Leave A Reply

Your email address will not be published.