
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ସ୍ଥିତ ଶାଶ୍ଵତ ଡିଗ୍ରୀ ମହାବିଦ୍ୟାଳୟରେ ପ୍ରଥମ ବର୍ଷ ଛାତ୍ରୀମାନଙ୍କ ଆତ୍ମରକ୍ଷା ତାଲିମ ଶିବିର ଉଦ୍ଯାପିତ ହୋଇଯାଇଛି । ଏହି ଅବସରରେ କଲେଜ ଅଧ୍ୟକ୍ଷ ପୁରୁଷୋତ୍ତମ ମେହେର ସଭାପତିତ୍ୱ କରିଥିବା ବେଳେ ମାଷ୍ଟର ଟ୍ରେନର ପ୍ରେମବତୀ ଜାଲ ଆତ୍ମରକ୍ଷାର କୋଶଳ ସମ୍ବନ୍ଧରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଖେଳ ଶିକ୍ଷକ ନଳିନୀକାନ୍ତ ପ୍ରଧାନ ସଭା ସଂଯୋଜନା ଦାୟିତ୍ଵ ଗ୍ରହଣ କରିଥିବା ବେଳେ ଅଧ୍ୟାପିକା ତଥା ଆତ୍ମରକ୍ଷା ତାଲିମ ଶିବିରର ସଂଯୋଜକ ସଂଗୀତା ପ୍ରଧାନ ଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନରେ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ଜଗଦୀଶ ସିଂ ବାବୁ, ବିଷ୍ଣୁଚରଣ ସାହୁ, ଶ୍ରୀନିବାସ ଗଡତ୍ୟା, ବ୍ୟାସଦେବ ଦଣ୍ଡସେନା, ଶ୍ରୀତମ ଯୋଶୀ କାର୍ଯ୍ୟକ୍ରମରେ ନିଜ ନିଜ ବକ୍ତବ୍ୟ ରଖିଥିଲେ । କଲେଜ ଅଧ୍ୟାପିକା ବିନ୍ଦୁ ସାଗର ବେହେରା, ସଂଗୀତା ମେହେର, ନିକିତା ବିଶି ମଞ୍ଚାସୀନ ଥିଲେ । ଶେଷରେ ଅଧ୍ୟାପକ ବିଷ୍ଣୁ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।