centurian jitm

ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅଙ୍ଗନବାଡି ଲେଡିସ ୱାର୍କର୍ସ ଆସୋସିଏସନର ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ମଜଦୁର ସଙ୍ଘ ସଂଲଗ୍ନ ଅଲ ଓଡିଶା ଅଙ୍ଗନବାଡି ଲେଡିସ ୱାର୍କର୍ସ ଆସୋସିଏସନ ଗଞ୍ଜାମ ଜ଼ିଲ୍ଲା ପକ୍ଷରୁ ଗଞ୍ଜାମ ଜ଼ିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ୧୦ ଦଫା ଦାବୀ ନେଇ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ସଭାନେତ୍ରୀ ହେମଲତା ମହାନ୍ତି, ସମ୍ପାଦିକା ବାସନ୍ତୀ କୁମାରୀ ପ୍ରଧାନ ନେତୃତ୍ୱ ନେଇଥିଲେ ପ୍ରାରମ୍ଭରେ ଅଙ୍ଗନବାଡିକର୍ମୀ ଓ ସହାୟିକା ମାନଙ୍କ ପକ୍ଷରୁ ଏକ ବିଶାଳ ରାଲି ଡିଆର ଡିଏ ଛକରୁ ବାହାରି ସହର ପରିକ୍ରମା କରି ଛତ୍ରପୁର ଉପଜିଲ୍ଲାପାଳ ଅଫିସ ଦେଇ ଜ଼ିଲ୍ଲାପାଳଙ୍କ ଅଫିସ ଠାରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ନେତା ମାନେ ଦାବୀ ଉପସ୍ଥାପନ କରିଥିଲେ ଦାବୀ ଗୁଡିକ ମଧ୍ୟରେ ଅଙ୍ଗନବାଡିକର୍ମୀ ଓ ସହାୟିକା ମାନଙ୍କୁ ସରକାରୀ କର୍ମଚାରୀ ଘୋଷଣା ସହ ପରିତୋଷିକ ପ୍ରଦାନ, ତିନି ମାସର ଆଗୁଆ ଟିଏଚଆର, ଏମଏସ ପିୱାଇ ଓ ରୋଷେଇ ପାଇଁ ଖର୍ଚ୍ଚ ଦେଵା, କେନ୍ଦ୍ର ଗୃହ ଯୋଗାଇଦେବା ଓ ନିର୍ମାଣ ନହେବା ଏପର୍ଯ୍ୟନ୍ତ କେନ୍ଦ୍ର ପାଇଁ ଭଡା ପ୍ରଦାନ,ଅବସର ପରେ ଅଙ୍ଗନବାଡିକର୍ମୀ ଓ ସହାୟିକା ମାନଙ୍କୁ ଶିକ୍ଷୟତ୍ରୀ ଭଳି ଅବସରକାଳୀନ ବେନିଫିଟ ଦେବା, ମୋବାଇଲ ନଦେବା ପର୍ଯ୍ୟନ୍ତ ପୋଷଣ ଟ୍ରାକ କାମରେ କୋହଳ, ବକେୟା ପରିତୋଷିକ ପ୍ରଦାନ, ସବୁ ଜ଼ିଲ୍ଲା ଭଳି ୫ ଦିନ ବଦଳରେ ୩ ଦିନ ଅଣ୍ଡା ଦେବା, ଶାଢ଼ୀ ବାବଦରେ ବାର୍ଷିକ ଅର୍ଥ ପ୍ରଦାନ ରହିଛି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜ଼ିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ଗଞ୍ଜାମ ଜ଼ିଲ୍ଲା ଭାରତୀୟ ମଜଦୂର ସଙ୍ଘର ସଭାପତି ଭବାନୀ ଶଙ୍କର ଦାଶ, ଜିଲ୍ଲା ସମ୍ପାଦକ ଉମାଶଙ୍କର ସାହୁ, ସଙ୍ଗଠନ ସମ୍ପାଦକ ଗୋପାଳ କୃଷ୍ଣ ସ୍ୱାଇଁ, ଉପସଭାପତି ଅର୍ଜୁନ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ସାହୁ, ବିଜୟ କୁମାର ପାତ୍ର ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.