centurian jitm

କଳାବେଚ୍ ପିନ୍ଧିଲେ ଆଉଟ୍ ସୋରସିଂ କର୍ମଚାରୀ

  • ୧୭ରୁ ୨୧ ତାରିଖ ଯାଏଁ କଳାବେଚ ପିନ୍ଧି ପ୍ରତିବାଦ
  • ଛଟେଇଙ୍କ ପୁନଃ ନିଯୁକ୍ତି, ଆଉଟ୍ ସୋରସିଂ ବ୍ୟବସ୍ଥା ଉଚ୍ଛେଦ ଓ ସ୍ଥାୟୀ ନିଯୁକ୍ତି ଦାବି
  • ୨୬ରେ ଗର୍ଜିବ ଗାନ୍ଧୀ ମାର୍ଗ

ବଲାଙ୍ଗିର ,(କେପିଏନ୍‌ଏସ୍‌) : ଓଡ଼ିଶା ସରକାରୀ ଆଉଟ ସୋରସିଂ କର୍ମଚାରୀ ମହାସଂଘର ଆହନ କ୍ରମେ ବଲାଙ୍ଗିର ଜିଲ୍ଲାର ୫୦ରୁ ଉର୍ଦ୍ଧ୍ୱ ସରକାରୀ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି କାମକରି ଆସୁଥିବା ଦୁଇ ହଜାରରୁ ଉର୍ଦ୍ଧ୍ୱ ଆଉଟ୍ ସୋରସିଂ କର୍ମଚାରୀ ଗତ ସୋମବାର ୧୭ରୁ ୨୧ ପର୍ଯ୍ୟନ୍ତ କଳା ବେଚ ପରିଧାନ କରି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ଜିଲ୍ଲା ଅଫିସ, ସମସ୍ତ ବ୍ଲକ ଓ ତହସିଲ, ମେଡ଼ିକାଲ, ପରିବହନ ବିଭାଗ, ଜଙ୍ଗଲ ବିଭାଗ, ଶିକ୍ଷାନୁଷ୍ଠାନ ଆଦି ସରକାରଙ୍କ ସଂଖ୍ୟାଧିକ ବିଭାଗରେ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ନିର୍ବାହ କରି ଯାବତୀୟ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକୁ ସଫଳ ରୂପାୟନ କରି ଆସୁଥିବା ଆଉଟ୍ ସୋରସିଂ କର୍ମଚାରୀଙ୍କ ଦାବି ପ୍ରତି ଏଯାବତ ସମୁଚିତ ଦୃଷ୍ଟି ପଡ଼ିନାହିଁ । ଦୀର୍ଘଦିନର ଦାବି ଗୁଡ଼ିକୁ ଅଣଦେଖା କରି ବ୍ୟାପକ ଛଟେଇ ସହ ଅନିୟମିତ ଦରମା ଓ ବିଭାଗୀୟ ଚିଠି ସତ୍ୱେ ବର୍ଦ୍ଧିତ ଦରମା ଲାଗୁ ନ ହେବା ରାଜ୍ୟର ହଜାର ହଜାର ଠିକା କର୍ମଚାରୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ସୃଷ୍ଟି କରିଛି । ଏହି ଅନ୍ୟାୟ ତଥା ଶୋଷଣକାରୀ ବ୍ୟବସ୍ଥାର ସମୂଳେ ବିଲୁପ୍ତି ପାଇଁ ନୂଆ ସରକାରଙ୍କ ସହ କ୍ରମାଗତ ଭାବେ ଓଡ଼ିଶା ସରକାରୀ ଆଉଟ ସୋରସିଂ କର୍ମଚାରୀ ମହାସଂଘର ରାଜ୍ୟନେତୃତ୍ଵ ଯୋଗାଯୋଗ କରି ଆସୁଥିଲେ ହେଁ ସରକାରଙ୍କ ସୁଦୃଷ୍ଟି ପଡି ନାହିଁ । ସଠିକ ଭାବେ ଦାବି ଉପସ୍ଥାପନ ସହ ନ୍ୟାୟୋଚିତ ବ୍ୟବସ୍ଥା ଗ୍ରହଣ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ ଉଦ୍ଦେଶ୍ୟରେ ଆଗାମୀ ୨୬ ତାରିଖ ଭୁବନେଶ୍ଵର ଗାନ୍ଧୀମାର୍ଗରେ ବିଶାଳ ଗଣବିକ୍ଷୋଭ କରାଯିବ ।

Leave A Reply

Your email address will not be published.