
ନୀଳଗିରି : ଜିତିବା ପରେ ବିଧାୟକ ହେଲେ ମଧ୍ୟ ଦଳରେ ମୁଁ ଦିନେ କର୍ମୀ ଥିଲି । ତେଣୁ ଜାଣିଛି କିଭଳି ନିର୍ବାଚନ ସମୟରେ କଷ୍ଟ କରିବାକୁ ହୁଏ । ତେଣୁ ନେତା ଓ କର୍ମୀଙ୍କ ମଧ୍ୟରେ ଦୂରତା ନରଖି ବନ୍ଧୁତ୍ୱପୂର୍ଣ୍ଣ ମାହୋଲ ତିଆରି କରିଥିଲେ ବିଧାୟକ । ସାରା ନିର୍ବାଚନ ମଣ୍ଡଳୀରେ ବସନ୍ତ ବନ୍ଧୁମିଳନ କରି କର୍ମୀ ସହ ଆଦିବାସୀ ନାଚରେ କାନ୍ଧରେ କାନ୍ଧ ଦେଇ ନାଚିଛନ୍ତି ବାଲେଶ୍ଵର ଜିଲ୍ଲାର ବିଧାୟକ ସନ୍ତୋଷ ଖଟୁଆ । ବସନ୍ତ ଋତୁର ଆଗମନରେ ନିଳଗିରି ବିଧାୟକ ସନ୍ତୋଷ ଖଟୁଆ ନିଜ ଫାର୍ମହାଉସ ପରିସରରେ ଆଡ଼ମ୍ବରପୂର୍ଣ୍ଣ ଭାବେ ବସନ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଦୀର୍ଘ ୮ମାସ ନିର୍ବାଚନ ବିତି ଯାଇଥିବା ବେଳେ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପ୍ରକାରର ସମସ୍ୟା, କର୍ମୀ, ଭୋଟର ମାନଙ୍କ ମଧ୍ୟରେ ଭାବ ବିନିମୟ ହୋଇ ପାରିନଥିଲେ । ଏହି ବସନ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅବସରରେ ସମସ୍ତଙ୍କ ସହ ଭାବ ବିନିମୟ, ଭାଇଚାରାର ସମ୍ପର୍କକୁ ନିବିଡ଼ କରିବା ଉଦ୍ଦେଶ୍ୟରେ ଏହି ଉତ୍ସବ କରିବା ମୁଖ୍ୟ ଆଭିମୁଖ୍ୟ ବୋଲି ବିଧାୟକ ସନ୍ତୋଷ ଖଟୁଆ ପ୍ରକାଶ କରିଛନ୍ତି । ଏହି ଅବସରରେ ସମଗ୍ର ନିଳଗିରି ନିର୍ବାଚନ ମଣ୍ଡଳୀରୁ ପ୍ରାୟ ୨ ହଜାରରୁ ଉର୍ଦ୍ଧ ବିଜେପିର ଆଗଧାଡ଼ିର କର୍ମୀ ମାନେ ସାମିଲ ହୋଇଥିଲେ । ଆଦିବାସୀ ନାଚର ତାଳେ କର୍ମୀଙ୍କ ଓ ଧର୍ମପତ୍ନୀଙ୍କ ସହ ବିଧାୟକ ବେଶ ଖୁସିରେ ନାଚିଥିବା ଦେଖିବାକୁ ମିଳିିଛି । ପରେ ସମସ୍ତ କର୍ମୀଙ୍କ ସହ ପଖାଳ, ବଡିଚୁରା ଶାଗ, ବାଇଗଣ ଭଜା, ମାଛଭଜା ବିଧାୟକ ଖାଇ ଖୁସି ବାଣ୍ଟିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ମଣ୍ଡଳ ସଭାପତି, ପଂଚାୟତ ପ୍ରମୁଖ, ବିଜେପି ଜିଲ୍ଲାପରିଷଦ ସଭ୍ୟଙ୍କ ସମେତ କର୍ମୀମାନେ ଉପସ୍ଥିତ ଥିଲେ ।