oom

ବ୍ୟବସାୟୀଙ୍କ ଘରୁ ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଲୁଟ୍‌

jsmm

ବାଲେଶ୍ୱର : ବଜାରକୁ ବ୍ୟବସାୟ କରିବାକୁ ଯାଇଥିବା ବେଳେ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଲୁଟି ନେଇଗଲେ ଚୋର । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ନାମ୍ପ ଫାଣ୍ଡି ପୋଲିସ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ନାମ୍ଫ ଫାଣ୍ଡି ଅନ୍ତର୍ଗତ ଆମ୍ବପୁଞ୍ଜା ଗ୍ରାମର ପୂର୍ଣ୍ଣଚନ୍ଦ୍ର ପରିଡ଼ାଙ୍କ ଘରୁ ଏହି ଲୁଟ୍‌ ହୋଇଛି ।ସୂଚନା ଯୋଗ୍ୟ ଯେ, ଆମ୍ବପୁଞ୍ଜା ଗ୍ରାମର ପୂର୍ଣଚଦ୍ର ପରିଡ଼ା ପ୍ରତ୍ୟକ ଦିନ ସନ୍ଧ୍ୟାରେ ନିକଟସ୍ଥ ନାମ୍ପ ବଜାରରେ ତେଲ ଭାଜି ବ୍ୟବସାୟ ପାଇଁ ଯାଆନ୍ତି । ଉଭୟ ସ୍ୱାମୀ ସ୍ତ୍ରୀ ଘରୁ ବ୍ୟବସାୟ ପାଇଁ ବାହାରି ଗଲା ପରେ ଘର ଫାଙ୍କା ପଡ଼େ । ଏହାର ସୁଯୋଗ ନେଇ ରବିବାର ବିଳମ୍ୱିତ ରାତିରେ କେହି ଦୁର୍ବୃତ୍ତ ଘର କବାଟର ତାଲା ଭାଙ୍ଗି ଲୁଟ୍‌ କରିଥିଲେ । ଘରକୁ ଫେରିବା ପରେ ଲୁଟ୍‌ ହୋଇଥିବା ଜାଣିବାକୁ ପାଇ ନାମ୍ପ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ଏହା ସହ ୧୧୨ ରେ ମଧ୍ୟ ଅଭିଯୋଗ ମଧ୍ୟ କରିଥିଲେ । ତେବେ ଆନୁମାନିକ ୫୦ ଲକ୍ଷ ଟଙ୍କାର ଗହଣା ସହ ନଗଦ ୧୦ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇ ତଦନ୍ତ ଜାରି ରଖିଛି ।

jittmm
Leave A Reply

Your email address will not be published.